କୋରାପୁଟ ୦୪-୦୭(ଓଡିଆ ପୁଅ /ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ ୨୪ଜଣ ମହିଳାଙ୍କ ସମେତ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୦୮ ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ସର୍ବାଧିକ ୧୧ ଏବଂ ଜୟପୁର ପୌରାଂଚଳରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୬ ଓ କୋରାପୁଟ ବ୍ଲକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୭,ନାରାୟଣପାଟଣା ବ୍ଲକରୁ ୧ ଓ ସେମଲିଗୁଡା ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୁନାବେଡା ପୌରାଂଚଳ ,କୋଟପାଡ ଏନଏସି ସମେତ କୁନ୍ଦୁରା,ନନ୍ଦପୁର ଓ ପଟ୍ଟାଙ୍ଗୀ ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୪ ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୫୬୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୬୮୨ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୨ରେ ରହିଛି ।