କୋରାପୁଟ ୨୩-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ମିଶନଶକ୍ତି କାର୍ଯ୍ୟକ୍ରମର ମିଶନଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ସମୀକ୍ଷା କରିଛନ୍ତି ।କୋରାପୁଟ ଜିଲ୍ଲାର ବୈପାରୀଗୁଡା,ଜୟପୁର ଓ କୋରାପୁଟରେ ମିଶନଶକ୍ତି ଦ୍ୱାରା କରାଯାଉଥିବା କାର୍ଯ୍ୟଗୁଡିକ ପରିଦର୍ଶନ କରି ଫେରିବା ପରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ସେ ସମୀକ୍ଷା କରିଥିଲେ ।କୋରାପୁଟ ଜିଲ୍ଲା ମିଶନଶକ୍ତି ମହିଳାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟ କରିବାକୁ ଉତ୍କଣ୍ଠା ରହିଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ମିଶନଶକ୍ତି ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଦୁଲତା ପାତ୍ର , ମିଶନଶକ୍ତି ଡିପିସି ଜୟକୃଷ୍ଣ ମହାପାତ୍ର ,ଓଡିଶା ଜୀବିକା ମିଶନର ଡିପିଏମ ସୁସ୍ମିତା ସାମାନ୍ତରାୟ ,ଜୀବନଜୀବିକା ଏପିଡି ବି.ସ୍ୱାତୀ , ଜିଲ୍ଲାର ସମସ୍ତ ସିଡିପିଓ , ବିପିସି ଓ ବିପିଏମ ମାନେ ଯୋଗଦେଇଥିଲେ ।







