କୋରାପୁଟ ୨୫-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରବିବାର ଦିନ୨୬ଜଣ ମହିଳାଙ୍କ ସମେତ ୭୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୭,ଜୟପୁର ପୌରାଂଚଳରୁ ୧୭, ସୁନାବେଡା ପୌରାଂଚଳରୁ ୫ ଏବଂ କୋଟପାଡ ଏନଏସିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୧୦,ବୋରିଗୁମ୍ମାରୁ ୫,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୫ ଓ କୋରାପୁଟ ବ୍ଲକରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଟପାଡ ବ୍ଲକରୁ ୩,କୁନ୍ଦ୍ରାରୁ ୧ ,ଲକ୍ଷ୍ମୀପୁର ବ୍ଲକରୁ ୪,ପଟ୍ଟାଙ୍ଗୀ ବ୍ଲକରୁ ୩୧ ଏବଂ ସେମିଲିଗୁଡା ବ୍ଲକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୪ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୮ ହଜାର ୮୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।