କୋରାପୁଟ ୨୬-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ସୋମବାର ଦିନ ୨୫ଜଣ ମହିଳାଙ୍କ ସମେତ ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬,ଜୟପୁର ପୌରାଂଚଳରୁ ୨୩ ଏବଂ ସୁନାବେଡା ପୌରଇଂଚଳରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୩,ଜୟପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଟପାଡ ବ୍ଲକରୁ ୧,ଲମତାପୁଟରୁ ୨,ନାରାୟଣପାଟଣା ବ୍ଲକରୁ ୩ ଏବଂ ସେମିଲିଗୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୨୫ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୮ ହଜାର ୮୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟ ଜିଲ୍ଲ।।ରେ ବର୍ତମାନ ସୁଦ୍ଧା ମୋଟ ୮୫୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୦୫୫ଜଣ ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବର୍ତମାନ ମାତ୍ର ୪୬୮ଟି ଏକ୍ଟିଭ କେଶ ଥିବାବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଛି ।