କୋରାପୁଟ ୦୬-୦୭(ଓଡିଆ ପୁଅ /ରଂଜନ ଦାସ) ମଙ୍ଗଳବାର କୋରାପୁଟ ଜିଲ୍ଲାରେ ୨୨ଜଣ ମହିଳାଙ୍କ ସମେତ ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୨୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬,ଜୟପୁର ପୌରାଂଚଳରୁ ୧୧ ଓ ସୁନାବେଡା ପୌରାଂଚଳରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମାରୁ ୧୦,ଦଶମନ୍ତପୁରରୁ ୨,ଜୟପୁର ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୪,ନନ୍ଦପୁର ବ୍ଲକରୁ ୩ ଓ ସେମଲିଗୁଡା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ,କୋରାପୁଟ,କୁନ୍ଦୁରା,ଲମତାପୁଟ,ନାରାୟଣପାଟଣା ଏବଂ ପଟ୍ଟାଙ୍ଗୀ ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୫ ତାରିଖ ସୁଦ୍ଧା ୪ ଲକ୍ଷ ୮୬୦ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୬୮୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୬୮୨ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୨ରେ ରହିଛି ।