କୋରାପୁଟ ୩୦-୦୬(ଓଡିଆ ପୁଅ /ରଂଜନ ଦାସ) ବୁଧୁବାର ଦିନ କୋରାପୁଟ ଜିଲ୍ଲାରେ ୨୨ଜଣ ମହିଳାଙ୍କ ସମେତ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦୬୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬, ଜୟପୁର ପୌରାଂଚଳରୁ ୭,ସୁନାବେଡା ପୌରାଂଚଳରୁ ୯ ଓ କୋଟପାଡ ଏନଏସିରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୈପାରୀଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ୭,କୋରାପୁଟ ବ୍ଲକରୁ୫,ଜୟପୁର ବ୍ଲକରୁ ୩, ଲମତାପୁଟ ବ୍ଲକରୁ୧, ନାରାୟଣପାଟଣା ବ୍ଲକରୁ ୪ ଓ ସେମିଲିଗୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ବନ୍ଧୁଗାଁ ,ଦଶମନ୍ତପୁର,ଲକ୍ଷ୍ମୀପୁର,ନନ୍ଦପୁର,ପଟ୍ଟାଙ୍ଗୀ,କୋଟପାଡ ଏବଂ କୁନ୍ଦ୍ରା ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୯ ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୩୦ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୨୪୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୭୬୧ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜିଲ୍ଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୫୮କୁ ଛୁଇଁଛି ।