କୋରାପୁଟ ୦୧-୦୮(ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୨୫ ରେ ପହଂଚିଛି । ଆଜି ଚିହ୍ନଟ ମାନଙ୍କ ମଧ୍ୟରେ କୋରାପୁଟ ପୌରାଂଚଳରୁ ୧ ଓ ଜୟପୁର ପୌରାଂଚଳରୁ ୧ ଏବଂ ଦଶମନ୍ତପୁର ,ଜୟପୁର ଓ ସେମିଲିଗୁଡା ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ସୁନାବେଡା ପୌରାଂଚଳ ଓ କୋଟପାଡ ଏନଏସି ସମେତ ବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,କୋରାପୁଟ,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମିପୁର,ନନ୍ଦପୁର,ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ୫ ଲକ୍ଷ ୨୨ ହଜାର ୭୮୨ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୬୫୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୯୪ ଟି ସକ୍ରୀୟ କେସ ରହିଛି । କରୋନାରେ ଆଜି ଜଣେ ମୃତ୍ୟୁବରଣ କରିଥିବା ବେଳେ ଜିଲ୍ଲାରେ ମୋଟ ମୁତ୍ୟୁ ସଂଖ୍ୟା ୭୩ରେ ରହିଛି ।