କୋରାପୁଟ ୨୮-୦୭(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲାରେ ୩ଜଣ ମହିଳାଙ୍କ ସମେତ ମାତ୍ର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୦୦ ରେ ପହଂଚିଛି । ଆଜିଜୟପୁରପୌରପରିଷଦଓକୋଟପାଡଏନଏସିସମେତବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।ଆଜି କେବଳ କୋରାପୁଟ ଓ ସୁନାବେଡା ପୌରାଂଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ୨ ଓ କୋରାପୁଟ ବ୍ଲକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୨୭ ତାରିଖ ସୁଦ୍ଧା ୫ ଲକ୍ଷ ୨ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୫୫୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୭୭ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୭୦ ଜଣଙ୍କରମୃତ୍ୟୁ ହୋଇଛି ।