କୋରାପୁଟ ୧୧-୦୭(ଓଡିଆ ପୁଅ /ରଂଜନ ଦାସ) ରବିବାର କୋରାପୁଟ ଜିଲ୍ଲାରେ ୧୮ଜଣ ମହିଳାଙ୍କ ସମେତ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୮୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୫,ଜୟପୁର ପୌରାଂଚଳରୁ ୪, ସୁନାବେଡା ପୌରାଂଚଳରୁ ୨ ଓ କୋଟପାଡ ଏନଏସିରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୭,ନାରାୟଣପାଟଣା ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ରବିବାର ଜିଲ୍ଲାର ବନ୍ଧୁଗାଁ, ଲକ୍ଷ୍ମୀପୁର,ନନ୍ଦପୁର,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୧୧ ତାରିଖ ସୁଦ୍ଧା ୪ ଲକ୍ଷ ୧୬ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୯୯୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୫୨୧ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ରବିବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୭ ରହିଛି ।