କୋରାପୁଟ ୨୩-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲାରେ ରବିବାର ଦିନ ୧୦୪ଜଣ ମହିଳାଙ୍କ ସମେତ ୨୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୦୮ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୫୪ , ସୁନାବେଡା ପୌରାଂଚଳରୁ ୨୧ ଏବଂ କୋଟପାଡ ଏନଏସିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୮, ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ୩୩,ଦଶମନ୍ତପୁର ବ୍ଲକରୁ ୧୯,ଜୟପୁର ବ୍ଲକରୁ ୧୧ ଓ କୋରାପୁଟ ବ୍ଲକରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨୨,କୁନ୍ଦୁରା ବ୍ଲକରୁ ୪,ଲମତାପୁଟ ବ୍ଲକରୁ ୮,ଲକ୍ଷ୍ମୀପୁର ବ୍ଲକରୁ ୧୩,ନନ୍ଦପୁର ବ୍ଲକରୁ ୪,ନାରାୟଣପାଟଣା ବ୍ଲକରୁ ୮,ପଟ୍ଟାଙ୍ଗୀ ବ୍ଲକରୁ୧୧ ଏବଂ ସେମିଲିଗୁଡା ବ୍ଲକରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୨ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୫୫ ହଜାର ୨୨୩ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୨ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୦୫୪୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୭୨୬ ଟି ସକ୍ରୀୟ କେସ ରହିଛି ଓ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।