କୋରାପୁଟ ୨୪-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଦୋଳଯାତ୍ରା ଓ ହୋଲି ଉତ୍ସବ ସର୍ବସାଧାରଣରେ ପାଳନ ନ କରିବାକୁ କଟକଣା ଜାରି କରିଛନ୍ତି ।ଦୋଳଯାତ୍ରା ଓ ସଂପୂକ୍ତ ଧାର୍ମିକ ଏବଂ ସାଂସ୍କୃତିକ ସମାବେଶକୁ ସର୍ବସାଧାରଣରେ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ତରଫରୁ ଗାଇଡଲାଇନ ପ୍ରକାଶ ପାଇଛି । ୨୮ ଓ ୨୯ ତାରିଖରେ ହୋଲି ଓ ଆନୁସାଙ୍ଗିକ ରୀତିନୀତି ସର୍ବସାଧାରଣ ସ୍ଥାନରେ ପାଳନ କରାଯିବ ନାହିଁ ।ଲୋକମାନେ ଘରେ ନିଜ ପରିବାର ସହିତ ହୋଲି ଉତ୍ସବ ପାଳନ କରିବାକୁ କୁହାଯାଇଛି । କଟକଣାକୁ ଅବମାନନା କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।