କୋରାପୁଟ ୦୮-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ବାହ୍ୟମଳ ମୁକ୍ତ ପଂଚାୟତ ଘୋଷଣା ନିମନ୍ତେ ଶହେ ଦିନିଆ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ ।ଆଇଏଏସ ପ୍ରୋବେସେନାରୀ ଭେଦ ଭୂଷଣ, କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଜିଲ୍ଲା ପରିଷଦ ଉପସଭାପତି ନାରସୁଲ କାମୁଡି,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ,ଜିଲ୍ଲାର ସମସ୍ତ ବିଡିଓ , ବ୍ଲକ ଅଧ୍ୟକ୍ଷ ,ସ୍ୱଛ ଭାରତ ମିଶନର ବ୍ଲକସ୍ତରୀୟ ନୋଡାଲ ଅଧିକାରୀମାନେ ଯୋଗଦେଇଥିଲେ ।ଜିଲ୍ଲାର କୋଟପାଡ ବ୍ଲକ ଓ ୬୨ ଟି ଗ୍ରାମ ପଂଚାୟତକୁ ଡିସେମ୍ବର ୯ ତାରିଖ ସୁଦ୍ଧା ଓଡିଏଫ ପ୍ଲସ ଘୋଷଣା କରିବା ନିମନ୍ତେ ଶହେ ଦିନିଆ ଅଭିଯାନ ଶୁଭାରମ୍ଭ କରାଯାଇଥିବା ଜଣାପଡିଛି ।ପ୍ରତ୍ୟେକ ଘରେ ଗୋଟିଏ ଲେଖାଏଁ ଆବର୍ଜନା ଓ ଶୋଷକ ଖାତ ନିର୍ମାଣ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।ସେହିପରି ପ୍ରତ୍ୟେକ ସ୍କୁଲ , ଅଙ୍ଗନବାଡି ,ପଂଚାୟତ ଗୃହ,ସର୍ବସାଧାରଣ ସ୍ଥାନ ଏବଂ ନଳକୂପ,କୂଅ,ନାଳର ଶେଷ ସ୍ଥାନରେ ଆବର୍ଜନା ଖାତ ଓ ଶୋଷକ ଖାତମାନ ନିର୍ମାଣ କରିବା ନିମନ୍ତେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ୬୨ ଟି ଗ୍ରାମ ପଂଚାୟତ ଓ କୋଟପାଡ ବ୍ଲକର ସମସ୍ତ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପୂର୍ବରୁ କାର୍ଯ୍ୟ କରିବାକୁ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଉକ୍ତ ପଂଚାୟତଗୁଡିକରେ ସ୍ୱୟଂ ସହାୟକ ଗୋଷ୍ଠୀ ଚୟନ କରି ସେମାନଙ୍କ ଦ୍ୱାରା ଘରୁ ଘରୁ ପ୍ଲାଷ୍ଟିକ ଓ ଅଜୈବିକ ଆବର୍ଜନା ସଂଗ୍ରହ କରାଯାଇ ଗ୍ରାମ ପଂଚାୟତ ସ୍ତରରେ ।ାଗକୁ କରିବାକୁ ଥିବା ପ୍ଲାଷ୍ଟିକ ସଂଗ୍ରହ କେନ୍ଦ୍ର / ଆବର୍ଜନା ପୃଥକୀକରଣ କେନ୍ଦ୍ରରେ ଟ୍ରାଇସାଇକେଲ ଓ ଟ୍ରଲି ମାଧ୍ୟମରେ ସେଠାରେ ଏକାଠି କରାଯିବ ଏବଂ ସେହି ଆବର୍ଜନାକୁ ପରବର୍ତି ସମୟରେ ନିକଟବର୍ତୀ ମ୍ୟୁନସିପାଲଟି କିମ୍ବା ଏନଏସିକୁ ଏକ ଗାଡି ମାଧ୍ୟମରେ ପଠେଇବାର ବ୍ୟବସ୍ଥା ପଂଚାୟତ ଗୁଡିକ କରିବେ ବୋଲି ଜଣାପଡିଛି ।ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପରାମର୍ଶ ଦାତ୍ରୀ ସୀମା ସ୍ମାରକୀ ରାୟ ପରିଚାଳନା କରିଥିବା ବେଳେ ତୁଷାରକାନ୍ତ ପଟେଲ,ସାଇକିରଣ ପାଲ ଓ ଲକ୍ଷ୍ମଣ ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।