Odiapua.com

କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କୋଭିଡର ଉପଯୁକ୍ତ ଆଚରଣ ପାଳନ ଉପରେ ଗୁରୁତ୍ବ ଦେଲେ ଜିଲ୍ଲାପାଳ

 

କୋରାପୁଟ ୦୪-୦୧(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବାରୁ କୋଭିଡର ଉପଯୁକ୍ତ ଆଚରଣ ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେବା ସହ ସହରାଞ୍ଚଳର ନିର୍ବାହୀ ଅଧିକାରୀ,ପୋଲିସ ଅଧିକାରୀ ଓ ଇନ୍ସିଡେଣ୍ଟ କମାଣ୍ଡର ତଥା ତହସିଲଦାରମାନଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାସ୍ତା ପାର୍ଶ୍ବରେ ରହିଥିବା ଦୋକାନଗୁଡିକୁ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନକୁ ସ୍ଥାନାନ୍ତରିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।ଜଯପୁର ସହରାଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ବ୍ଲକରୁ ୫ ଓ କୋରାପୁଟ ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।