Home Coronavirus Outbreak କୋଭିଡ-୧୯ ସଦ୍ୟତମ ସୂଚନା – ଦେଶରେ ୧୦୩୫ଟି ସୁନିଶ୍ଚିତ ସଂକ୍ରମିତ ମାମଲା ଚିହ୍ନଟ ; ମୋଟ...

କୋଭିଡ-୧୯ ସଦ୍ୟତମ ସୂଚନା – ଦେଶରେ ୧୦୩୫ଟି ସୁନିଶ୍ଚିତ ସଂକ୍ରମିତ ମାମଲା ଚିହ୍ନଟ ; ମୋଟ ମୃତକଙ୍କ ସଂଖ୍ୟା ୨୩୯କୁ ବୃଦ୍ଧି

235

ନୂଆଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଗତକାଲି ଠାରୁ ଭାରତରେ ୧୦୩୫ଟି କୋଭିଡ-୧୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୮୫୫ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୩୯ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ୬୪୨ ଜଣ ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ ୭୪୪୭ଟି ସୁନିଶ୍ଚିତ ସଂକ୍ରମଣ ମାମଲାର ରିପୋର୍ଟ ଆସିଛି। ଭାରତ ସରକାର ନିଜର ନିରନ୍ତର ପ୍ରୟାସକ୍ରମେ ଏକ ପର୍ଯ୍ୟାୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟରେ ଯେପରି ପିପିଇ, ଏନ-୯୫ ମାସ୍କ, ଟେଷ୍ଟିଂ କିଟ, ଔଷଧ, ଭେଣ୍ଟିଲେଟରର ଅଭାବ ନରୁହେ ତାହା ସୁନିଶ୍ଚିତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.