Home ଜିଲ୍ଲା ପରିକ୍ରମା କୋଭିଡ ସେଣ୍ଟରରେ ଏଏନଏମ ନିଯୁକ୍ତି ବେଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା

କୋଭିଡ ସେଣ୍ଟରରେ ଏଏନଏମ ନିଯୁକ୍ତି ବେଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା

106

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ ପରିଚାଳନା ପାଇଁ ସରକାର ଏବେ ପ୍ରତ୍ୟେକ ପଞ୍ଚାୟତରେ କୋଭିଡ କେଆର ସେଣ୍ଟର ସ୍ଥାପନ କରିଛନ୍ତି । ଲକ୍ଷଣ ବିହୀନ କରୋନା ଆକ୍ରାନ୍ତ ଏସମସ୍ତ କେନ୍ଦ୍ରରେ ରହି ଚିକିତ୍ସିତ ହେବେ । ଭଦ୍ରକ ଜିଲ୍ଲାରେ ୨୧୮ଟି ପଞ୍ଚାୟତରେ ଏହିପରି କେନ୍ଦ୍ର ସ୍ଥାପନ ହୋଇଛି । ଗତ ମାସ ୧୫ ତାରିଖ ଏହି ନିଯୁକ୍ତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞାପନ ଅନୁଯାୟୀ ଏସମସ୍ତ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ଲେଖାଏଁ ଏଏନଏମଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ତେବେ ନିଯୁକ୍ତି ସମୟରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି ବୋଲି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ ଭଦ୍ରକ ଶାଖା ପକ୍ଷରୁ ଅଭିଯୋଗ ହୋଇଛି । ସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇ ସିଂଙ୍କ ସମେତ ସଂଘମିତ୍ରା ଦାସ, ଅର୍ପିତା ମହାପାତ୍ର, କାଞ୍ଚନ ସାହୁ, ପଙ୍କଜିନୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସ୍ମାରକପତ୍ର ଗ୍ରହଣ କରି ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ସଂଘର ଶତାଧିକ ସଦସ୍ୟା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅନୁରୂପ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସଂଘର ଅଭିଯୋଗ ଅନୁଯାୟୀ ଗତ ମାସ ୧୫ ତାରିଖ ଜିଲ୍ଲାରେ ମୋଟ ୨୧୮ଟି ପଞ୍ଚାୟତରେ ସ୍ଥାପିତ ହେବାକୁ ଥିବା କୋଭିଡ କେଆର ସେଣ୍ଟରରେ ଏଏନଏମ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରିଥିଲେ । ସେହି ଅନୁଯାୟୀ ପାଇଁ ୭ଶହରୁ ଉର୍ଦ୍ଧ୍ୱ ତାଲିମପ୍ରାପ୍ତ ଯୁବତୀ ଓ ମହିଳା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତକାରରେ ଭାଗ ନେଇଥିଲେ ।

ସେମାନଙ୍କ ମଧ୍ୟରୁ ୨୧ଜଣଙ୍କ ଆବେଦନ ପତ୍ର ନାକଚ ହୋଇଥିବାବେଳେ, ଯୋଗ୍ୟତା ଭିତ୍ତିରେ ୨୧୮ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । କିନ୍ତୁ ଏହି ସମୟରେ ଜିଲ୍ଲାର ତାଲିମପ୍ରାପ୍ତ ଏଏନଏମଙ୍କୁ ଉପେକ୍ଷା କରାଯାଇଛି । ଅନ୍ୟ ଜିଲ୍ଲାର ବହୁ ପ୍ରାର୍ଥୀନୀଙ୍କୁ ଏହି ସୁଯୋଗ ଦିଆଯାଇଥିବାବେଳେ, ନିଜ ଜିଲ୍ଲାକୁ ଅଣଦେଖା କରାଯାଇଛି । ଏହାବ୍ୟତୀତ ନିଯୁକ୍ତି ସମୟରେ କର୍ତ୍ତୃପକ୍ଷ କେତେକ ନିୟମକୁ ଉଲଂଘନ କରିଛନ୍ତି । ବିଶେଷକରି ନିଯୁକ୍ତି ପାଇଥିବା ବହୁ ପ୍ରାର୍ôଥନୀଙ୍କ ଆବାସିକ ପ୍ରମାଣପତ୍ରର ତାରିଖ ପୂରଣ ହୋଇଯାଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ କୋଭିଡ ପରିଚାଳନା ଆରମ୍ଭରୁ ନିଯୁକ୍ତି ନପାଇ ମଧ୍ୟ ବହୁ ସଂଖ୍ୟକ ଏଏନଏମ ଡ଼ିଗ୍ରୀଧାରୀ ମହିଳା ଓ ଯୁବତୀ ସ୍ୱେଛାକୃତ ଭାବେ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ କାର୍ଯ୍ୟ କରି ଆସିଥିଲେ । ସେମାନଙ୍କୁ ଏବେ ଅଣଦେଖା କରାଯାଇଛି । ସେହିପରି ଅନ୍ୟ ଜିଲ୍ଲାରେ ସ୍ଥାନୀୟ ପ୍ରାର୍ôଥନୀଙ୍କୁ ପ୍ରାଥମିକତା ଦିଆଯାଇଥିବାବେଳେ, ଭଦ୍ରକରେ ତାହା ହୋଇ ନାହିଁ । ଯଦି ଏଠାରେ ସ୍ଥାନୀୟ ପ୍ରାର୍ôଥନୀଙ୍କୁ ଅଗ୍ରାଧିକାର ଦିଆଯାଇଥଆନ୍ତା, ତେବେ ହୁଏତ କୋଭିଡ ଆକ୍ରାନ୍ତ ଅଧିକ ଭଲ ଚିକିତ୍ସା ପାଇବାକୁ ସକ୍ଷମ ହୋଇଥାଆନ୍ତେ । ତେଣୁ ସ୍ୱାସ୍ଥ୍ୟ ବିଭାଗ ସରକାରୀ ନିୟମ ମଧ୍ୟରେ ରହି ଯୋଗ୍ୟତା ସହିତ ସ୍ଥାନୀୟ ପ୍ରାର୍ôଥନୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ସଂଘ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.