ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରେ କୋଟି କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ମାମଲାରେ ନୂଆଦିଲ୍ଲୀରେ ଆଉ ଏକ ରାଉଣ୍ଡ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ସମନ ଜାରିକରିଛନ୍ତି।
ବରିଷ୍ଠ ଇଡି ଅଧିକାରୀ କହିଛନ୍ତି ଯେ, ସାଂସଦ ଏବଂ ତାଙ୍କ ପତ୍ନୀଙ୍କୁ ଆସନ୍ତା ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀର ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏକ ଟିମ୍ ସେମାନଙ୍କୁ ପୃଥକ ଭାବରେ ପ୍ରଶ୍ନ କରିବେ।
ବୁଧବାର ଦିନ ମମତା ବିଧାନସଭାରେ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ମଳୟ ଘଟକ ଏବଂ ଅନୁବ୍ରତ ମଣ୍ଡଲଙ୍କ ସମେତ ଅନେକ ତୃଣମୂଳ ନେତାଙ୍କୁ ସମନ ଜାରି କରିଛନ୍ତି। ଭିତ୍ତିହୀନ ଅଭିଯୋଗରେ ସେମାନଙ୍କୁ ଡକାଯାଉଛି। ଏହି ଉପାୟରେ ତୃଣମୂଳକୁ କେହି ଅଟକାଇ ପାରିବେ ନାହିଁ ବୋଲି ମମତା କହିଛନ୍ତି।