Home ଓଡ଼ିଶା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

257

ତିରୁବନନ୍ତପୁରମ ଗସ୍ତରେ କେନ୍ଦ୍ରମନ୍ତ୍ରୀ
– କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ଅଗ୍ରଗତି ନେଇ କଲେ ଆଲୋଚନା
– ତିରୁବନନ୍ତପୁରମ ଠାରେ ଭାରତୀୟ ଧାତୁ ସଂସ୍ଥାନ ୫୭ତମ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ସମାରୋହରେ ଯୋଗ ଦେଲେ
– ଅଧିକ ଆତ୍ମ ନିର୍ଭରତା ପାଇଁ ଉଚ୍ଚ ସ୍ତରର ଷ୍ଟିଲର ଉତ୍ପାଦନର ଆହ୍ୱାନକୁ ସ୍ୱୀକାର କରିବାକୁ ଆହ୍ୱାନ
– ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ଦିବସ ପୁରସ୍କାର ଓ ଭାରତୀୟ ଧାତୁ ସଂସ୍ଥାନ ପୁରସ୍କାର ପ୍ରଦାନ କଲେ

ନୂଆଦିଲ୍ଲୀ, ଭୁବନେଶ୍ୱର, ୧୪ ନଭେମ୍ବର (ଓଡ଼ିଆ ପୁଅ) – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ତିରୁବନନ୍ତପୁରମ ଠାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଙ୍କ ସହ ରାଜ୍ୟରେ ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।

ତିରୁବନନ୍ତପୁରମ ଗସ୍ତ ଅବସରରେ ଭାରତୀୟ ଧାତୁ ସଂସ୍ଥାନ ୫୭ତମ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ସମାରୋହ ଓ ତାର ୭୩ ତମ ବାର୍ଷିକ ଟେକ୍ନିକାଲ ବୈଠକରେ ସାମିଲ ହୋଇଛନ୍ତି। ଶ୍ରୀ ପ୍ରଧାନ ଏହି ଅବସରରେ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ଦିବସ ପୁରସ୍କାର ଓ ଭାରତୀୟ ଧାତୁ ସଂସ୍ଥାନ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ସମାରୋହରେ ସାମିଲ ହୋଇଥିବା ପ୍ରତିନିଧି ମାନଙ୍କୁ ଅପିଲ କରିଥିଲେ ଯେ ଅଧିକ ଆତ୍ମ ନିର୍ଭରତା ପାଇଁ ଉଚ୍ଚ ସ୍ତରର ଷ୍ଟିଲର ଉତ୍ପାଦନର ଆହ୍ୱାନକୁ ସେମାନେ ସ୍ୱୀକାର କରନ୍ତୁ। ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ କ୍ଷେତ୍ରରେ ଅଧିକ ନିରନ୍ତରତାର ଦିଗରେ କାର୍ଯ୍ୟ କରିବା ଓ ଭାରତୀୟ ସବୁଜ ଅର୍ଥନୀତିର ମଡେଲ ସୃଜନ କରିବା ଦିଗରେ ପ୍ରୋତ୍ସାହିତ କରିଥିଲେ।

ଇସ୍ପାତର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ପ୍ରଧାନ କହିଥିଲେ ଯେ ଆଧୁନିକ ଅର୍ଥନୀତି ନିର୍ମାଣରେ ଇସ୍ପାତ ସହିତ ଅନ୍ୟ ଧାତୁର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବେ। ଇସ୍ପାତର ବ୍ୟବହାର ଓ ଦେଶର ଆର୍ଥିକ ବୃଦ୍ଧି ମଧ୍ୟରେ ଏକ ଶକ୍ତିଶାଳୀ ସକାରାତ୍ମକ ପାରସ୍ପାରିକ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାଂଚ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ରାସ୍ତାରେ ଭାରତ ଅଗ୍ରସର ହେଉଛି। ସମସ୍ତଙ୍କ ସାମୁହିକ ପ୍ରୟାସରେ ଏହି ସ୍ୱପ୍ନ ସାକାର ହେବ। ଆମେ ସମସ୍ତଙ୍କୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇସ୍ପାତର ଇଚ୍ଛାଶକ୍ତି ସହ ମିଶି କାମ କରିବାକୁ ହେବ ବୋଲି ସେ କହିଛନ୍ତିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.