ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଅମରାବତୀ ହତ୍ୟା ମାମଲା ଆସିଛି ନୂଆ ଖୁଲାସା। ଅମରାବତୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ବଡ ଖୁଲାସା କରାଯାଉଛି। ବର୍ତ୍ତମାନ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ମୃତ ଉମେଶ କୋହଲେଙ୍କ ହତ୍ୟାରେ ତାଙ୍କ ବନ୍ଧୁ ସମ୍ପୃକ୍ତ ଥିଲେ, ଯାହାଙ୍କର ନାମ ଡଃ ୟୁସୁଫ ଖାନ।
କୁହାଯାଉଛି ଯେ, ୟୁସୁଫ ଖାନ ମଧ୍ୟ ଉମେଶଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଯାହା ଫଳରେ କାହାର ସନ୍ଦେହ ହେବ ନାହିଁ। ସୂଚନାନୁସାରେ, ଡଃ ୟୁସୁଫ ଖାନ ଏବଂ ଉମେଶ କୋଲହେଙ୍କ ବନ୍ଧୁତା ୧୦ ବର୍ଷରୁ ଅଧିକ। ୟୁସୁଫ ଖାନ ଅନେକ ଥର ଉମେଶଙ୍କଠାରୁ ଋଣ ନେଇ ଆସୁଥିଲେ।
ଏହିପରି ଆରମ୍ଭ ହୋଇଥିଲା ସମଗ୍ର ଘଟଣା
ଖବର ଅନୁଯାୟୀ, ୟୁସୁଫ୍ ଖାନ୍ “ବ୍ଲାକ୍ ଫ୍ରିଡମ୍” ନାମକ ହ୍ୱାଟସ୍ ଆପ୍ ଗୃପ୍ର ଜଣେ ସଦସ୍ୟ, ଏହି ଗୃପ୍ରେ ଉମେଶ ନୁପୁର ଶର୍ମାଙ୍କୁ ସମର୍ଥନ କରି ଏକ ପୋଷ୍ଟ କରିଥିଲେ, ଯାହା ପରେ ୟୁସୁଫ ଖାନ ସେହି ପୋଷ୍ଟକୁ “ରହବରିଆ ଗ୍ରୁପ୍” କୁ ଫରୱାର୍ଡ଼ କରିଦେଇଥିଲେ, ଯେଉଁଥିରେ ହତ୍ୟାକାରୀ ଇରଫାନ୍ ଶେଖ୍ ମାଷ୍ଟରମାଇଣ୍ଡ ସଦସ୍ୟ ଥିଲା। ଏହା ପରେ ହିଁ ଇରଫାନ୍ ରାଗିଯାଇ ଜୁନ୍ ୧୬ ରେ ଏକ ବୈଠକ କରିଥିଲା, ଯେଉଁଥିରେ ଉମେଶଙ୍କୁ ହତ୍ୟା କରିବା ବିଷୟରେ ଆଲୋଚନା ହୋଇଥିଲା।
ଉମେଶଙ୍କ ପରିବାର ପାଇଁ ଆଶ୍ଚର୍ଯ୍ୟଜନକ ବିଷୟ ଏହାଯେ, ଡକ୍ଟର ୟୁସୁଫ ଏବଂ ଉମେଶଙ୍କ ମଧ୍ୟରେ ସମ୍ପର୍କ କେବଳ ବ୍ୟବସାୟିକ ନୁହେଁ, ୟୁସୁଫ ମଧ୍ୟ ଉମେଶଙ୍କ ଘରକୁ ଯିବା ଆସିବା କରୁଥିଲା।
ତେବେ ୟୁସୁଫ ଖାନ ତାଙ୍କ ବନ୍ଧୁ ଉମେଶଙ୍କୁ ହତ୍ୟା କରିବାର କାରଣ କ’ଣ? ପୋଲିସର ତଦନ୍ତରେ ବଡ଼ ଖୁଲାସା
ମହାରାଷ୍ଟ୍ରର ଅମରାବତୀରେ ମେଡିକାଲ ଷ୍ଟୋର୍ର ମାଲିକ ଉମେଶ କୋଲହେଙ୍କ ହତ୍ୟାରେ ଏକ ନୂଆ ମୋଡ଼ ଆସିଛି। ଉମେଶ କୋଲହେ ଏବଂ ୟୁସୁଫ ଖାନଙ୍କ ବିଷୟରେ ଅନେକ ତଥ୍ୟ ଆସିଛି।
ଉମେଶ କୋଲହେ ହତ୍ୟା ମାମଲାରେ ଗିରଫ ହୋଇଥିବା ପ୍ରାଣୀ ଚିକିତ୍ସକ ୟୁସୁଫ ଖାନ ଉମେଶଙ୍କଠାରୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ବାକୀରେ ନେଇଥିଲେ। ଏହା ସହିତ ପୋଲିସ ଉମେଶଙ୍କ ଦୋକାନରୁ ଆକାଉଣ୍ଟିଂ ଖାତା ମଧ୍ୟ ଜବତ କରିଛି। ଏହି ଡାଏରୀରେ ଉମେଶ କାହାକୁ ଏବଂ କେତେ ଲୋକଙ୍କୁ ବାକୀ ଦେଉଥିଲେ ତାହାର ସମ୍ପୂର୍ଣ୍ଣ ହିସାବ ରଖୁଥିଲେ। ପ୍ରାୟ ଦୁଇ ବର୍ଷର ଆକାଉଣ୍ଟକୁ ପୋଲିସ ତଦନ୍ତ କରୁଛି।
ଅନ୍ୟପକ୍ଷରେ, ଉମେଶ କୋଲହେ ହତ୍ୟାକାଣ୍ଡରେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଇରଫାନ ଶେଖଙ୍କୁ ଜୁଲାଇ ୭ ପର୍ଯ୍ୟନ୍ତ ପୋଲିସ ହେପାଜତକୁ କୋର୍ଟ ପଠାଯାଇଛି। ସୂଚନାନୁସାରେ, ଡଃ ୟୁସୁଫ ଖାନ ଏବଂ ଉମେଶ କୋଲହେଙ୍କ ବନ୍ଧୁତା ୧୦ ବର୍ଷରୁ ଅଧିକ। ୟୁସୁଫ ଖାନ ଅନେକ ଥର ଉମେଶଙ୍କଠାରୁ ବାକୀ ନେଇ ଆସୁଥିଲେ। କେବଳ ଏତିକି ନୁହେଁ, ଉମେଶ କୋଲହେଙ୍କ ଅନ୍ତିମ ସଂସ୍କାରରେ ୟୁସୁଫ ଖାନ ମଧ୍ୟ ଯୋଗ ଦେଇଥିବା ଜାଣିବାକୁ ମିଳିଛି। କୁହାଯାଉଛି ଯେ ହତ୍ୟାକାଣ୍ଡର ସନ୍ଦେହ ତାଙ୍କ ପାଖକୁ ନ ଯିବା ପାଇଁ ସେ ଏପରି କରିଥିଲେ। ୟୁସୁଫ ଏବଂ ଉମେଶଙ୍କ ମଧ୍ୟରେ ସମ୍ପର୍କ ଏତେ ଗଭୀର ଥିଲା ଯେ ସେ ତାଙ୍କ ଘରକୁ ମଧ୍ୟ ଆସୁଥିଲେ।
ଉଦୟପୁର ହତ୍ୟା ଏବଂ ଅମରାବତୀ ହତ୍ୟାକାଣ୍ଡ ଏକା ପରି ?
ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ପରେ ଖୋଲିଲା ଉମେଶ କୋଲହେ ହତ୍ୟାକାଣ୍ଡର ରହସ୍ୟ । କୁହାଯାଉଛି ଯେ ଉଭୟ ମାମଲାରେ ହତ୍ୟା କରିବାର କାରଣ ସମାନ ଥିଲା। ଏହି ଦୁଇଟି ମାମଲାରେ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ତାଙ୍କୁ ସମର୍ଥନ ଜଣାଇ ପୋଷ୍ଟ ସେୟାର କରିବା ପରେ ହତ୍ୟାକାଣ୍ଡ ଘଟିଥିଲା। ଏନଆଇଏ ଉଭୟ ମାମଲାର ତଦନ୍ତ କରୁଛି। ଉମେଶଙ୍କ ଭାଇ ମହେଶ କୋଲହେ ଫାଷ୍ଟ ଟ୍ରାକ କୋର୍ଟରେ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, କଠୋର ଦଣ୍ଡ ଦିଆଯିବା ଉଚିତ।
ଉମେଶ ହତ୍ୟା ମାଷ୍ଟରମାଇଣ୍ଡ ୟୁସୁଫ ଖାନ
ଉମେଶ କୋଲହେଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ୟୁସୁଫ ଖାନ ବର୍ତ୍ତମାନ ପୋଲିସର ହେପାଜତରେ। କୁହାଯାଉଛି ଯେ, ୟୁସୁଫ ଖାନ ହ୍ୱାଟସ୍ ଆପ୍ ଗ୍ରୁପରେ ଉମେଶ କୋଲହେଙ୍କ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଥିଲେ। ଅଭିଯୁକ୍ତ ଇରଫାନ୍ ଶେଖ ମଧ୍ୟ ସେହି ଗୃପରେ ଥିଲେ। ୨୧ ଜୁନ୍ ରାତିରେ ଉମେଶ କୋଲହେ ଏକ ସ୍କୁଟରରେ ତାଙ୍କ ମେଡିକାଲ ଷ୍ଟୋରରୁ ଘରକୁ ଫେରୁଥିଲେ। ବାଟରେ ବାଇକରେ ତିନି ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ହତ୍ୟା କରିଥିଲେ। ତାଙ୍କ ପୁଅ ଏବଂ ପତ୍ନୀ ମଧ୍ୟ ଅନ୍ୟ ବାଇକରେ ଥିଲେ କିନ୍ତୁ ସେମାନେ ତାଙ୍କୁ ବଞ୍ଚାଇପାରିନଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି।