Home ଓଡ଼ିଶା କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିର ପ୍ରତିବାଦ – ଏଆଇସିୟୁଟି ପକ୍ଷରୁ ବାଲେଶ୍ୱରରେ ବିକ୍ଷୋଭ

କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିର ପ୍ରତିବାଦ – ଏଆଇସିୟୁଟି ପକ୍ଷରୁ ବାଲେଶ୍ୱରରେ ବିକ୍ଷୋଭ

170

ବାଲେଶ୍ୱର, ୧୮ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରାୟାତ୍ତ ଉଦ୍ୟୋଗ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଆଜି ଦେଶବ୍ୟାପୀ ବିକ୍ଷୋଭ କରିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରିଲକ୍ଷିତ ହୋଇଛି। ନ୍ୟାସନାଲ ହକର୍ସ ଫେଡ଼େରେସନ, ଓଡ଼ିଶା ପଥବିକ୍ରେତା ସଂଘ ଓ ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ମିଳିତ ଭାବେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ତଥା ନ୍ୟାସନାଲ ହକର୍ସ ଫେଡ଼େରେସନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ୟ ପରିଷଦ ସଦସ୍ୟା ପ୍ରତିଭା ପାଲ, ଆଇନଜୀବୀ ମନୋଜ ନାୟକ, ଯୁବନେତା ତପନ କୁମାର ସିଟ୍ ପ୍ରମୁଖ ଏଥିରେ ଯୋଗଦେଇ ଲାଭରେ ଚାଲିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କେନ୍ଦ୍ର ସରକାର ଘରୋଇକରଣ କରିବା ନେଇ ତୀବ୍ର ସମାଲୋଚନା କରିଥିଲେ। କ୍ଷମତାକୁ ଆସିବା ପୂର୍ବରୁ ୨୦୧୪ ମସିହାରେ ସାଧାରଣ ବେଳେ ଦେଶର ସମ୍ବଳରେ କାହାରିକୁ ହାତ ଲଗାଇବାକୁ ନ ଦେବାର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର ସମ୍ପତ୍ତିକୁ ରାଜନୀତି ସହ ସମ୍ପର୍କ ରଖିଥିବା ଶିଳ୍ପ ଉଦ୍ୟୋଗୀଙ୍କ ହାତକୁ ଟେକି ଦେଉଛନ୍ତି ବୋଲି ସେମାନେ କହିଥିଲେ। ଗତ ୬ ବର୍ଷର କ୍ଷମତା ମଧ୍ୟରେ ସରକାର ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଶିଳ୍ପାନୁଷ୍ଠାନକୁ ସରକାର ଦେଶୀୟ ଓ ବିଦେଶୀ ପୁଞ୍ଜିପତିଙ୍କ ହାତକୁ ଟେକି ଦେଇସାରିଲେଣି। ବିଶେଷ କରି ପ୍ରତିରକ୍ଷା ଶିଳ୍ପ, ରେଳ, ବିମାନ ଚଳାଚଳ, କୋଇଲା, ଇସ୍ପାତ, ଖଣିଜ ସମ୍ପଦ, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଭୃତି କ୍ଷେତ୍ରକୁ ଏବେ ଘରୋଇକରଣ କରାଯାଇଥିବା ବେଳେ ଆଗାମୀ ଦିନରେ ଦେଶକୁ ବିକ୍ରି ପାଇଁ ସରକାର ଷଢ଼ଯନ୍ତ୍ର ଚଳାଇଥିବା ବକ୍ତାମାନେ କହିଥିଲେ। ଏଭଳି ଦେଶବିରୋଧୀ ଘରୋଇକରଣ ନୀତିରୁ ବିରତ ନହେଲେ ଆଗାମୀ ଦିନରେ ଦେଶର ଶ୍ରମିକ ଶ୍ରେଣୀ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସଂଗଠନମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅନମାନଙ୍କ ମଧ୍ୟରେ ଆବିଦ୍ ଖାନ୍‌, ଟିପିର ସିଂ, ଦୀନବନ୍ଧୁ ସାହୁ, ମହମ୍ମଦ ଅସଲମ, ରଘୁନାଥ ନାୟକ, ଶରତ ଦାସ, ଭାନୁମତି ନାୟକ, ସୁଧାଂଶୁ ସାହା, ହରେକୃଷ୍ଣ ଦାସ ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.