Home ଜିଲ୍ଲା ପରିକ୍ରମା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଭେଟି ଭଦ୍ରକର ସମସ୍ୟା ସଂପର୍କରେ ଦାବିପତ୍ର

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଭେଟି ଭଦ୍ରକର ସମସ୍ୟା ସଂପର୍କରେ ଦାବିପତ୍ର

52

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଭଦ୍ରକର ୬ ଗୋଟି ସମସ୍ୟାର ସମାଧାନ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିଗୁଡିକ ମଧ୍ୟରେ ହେଉଛି ପୁରାତନ ଛାତ୍ର ଭାବେ ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ, ଭଦ୍ରକ ଠାରେ ମେଡିକାଲ କଲେଜ ସ୍ଥାପନା, ଭଦ୍ରକ ଠାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା, ଉତ୍କଳ ଏକ୍ସପ୍ରେସ୍ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌କୁ କେନ୍ଦୁଆପଦା ଠାରେ ରହଣି, ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ କେନ୍ଦୁଆପଦା ଓ ମଂଜୁରୀରୋଡ୍ ଷ୍ଟେସନ ମଧ୍ୟରେ ଥିବା ୧୨୫ ନଂ ଏଲସି, ମଂଜୁରୀ ରୋଡ୍ ଓ ବୈତରଣୀ ରୋଡ୍ ମଧ୍ୟରେ ଥିବା ୧୨୯ ନଂ ଏଲସି ରେଳ ଓଭରବ୍ରିଜ୍ ପାଇଁ ୨୦୨୦ ରୁ ଟଙ୍କା ମଂଜୁରୀ ହୋଇ ଟେଣ୍ଡର ହୋଇଥିବାବେଳେ ତାହାକୁ ବାତିଲ କରାଯାଇଥିଲା । ଏହାକୁ ପୁନର୍ବାର ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରାଯାଉ, ବାଙ୍ଗିରିପୋଷି ରୁ ବଲାଙ୍ଗୀର ଏବଂ ଖଡଗପୁରରୁ ଜଗଦଳପୁରକୁ ନୂତନ ଟ୍ରେନ ଚଳାଚଳା ପାଇଁ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.