କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୋରାପୁଟ ଗସ୍ତକୁ ନେଇ ବିଜେପି କର୍ମକର୍ତାମାନେ ଆଜି କୋରାପୁଟଠାରେ ସାମ୍ବାଦିକ ସମ୍ମିଳନୀ କରି ଗସ୍ତର କାର୍ଯ୍ୟସୂଚୀ ପ୍ରଦାନ କରିଛନ୍ତି ।ବିଜେପିର ଜନ ଆର୍ଶିବାଦ ପରିପେକ୍ଷୀରେ ଆସନ୍ତା ୨୦ ତାରିଖ ଦିନ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବିଜେପି ନେତା ତ୍ରୀପୁରାରୀ ଗରଡା ସୂଚନା ଦେଇଛନ୍ତି ।୨୦ ତାରିଖ ଅପରାହ୍ନ ୩ଘ.୩୦ମିନିଟ ସମୟରେ କୋରାପୁଟର ଓଏମପିଠାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ବିଜେପି କର୍ମକର୍ତାମାନେ ସ୍ୱାଗତ ସମ୍ବର୍ନ୍ଧନା ଜଣାଇବେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଆମ୍ବେଦକର ପାର୍କକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଦକ୍ଷତା ବୃଦ୍ଧି ବିକାଶ କେନ୍ଦ୍ର ସଭାଗୃହଠାରେ ବୃଦ୍ଧିଜୀବୀମାନଙ୍କ ସହ ରେଳ ଓ ଆଇଟି ବିକାଶ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି ।କେନ୍ଦ୍ର ନରେନ୍ଦ୍ର ମୋଦି ସରକାରଙ୍କ ଗରୀବ ଜନକଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସହ ଏକ ବୈଠକ ରହିଥିବା ସେ ସୂଚନା ଦେଇଛନ୍ତି ।ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜିଲ୍ଲା ବିଜେପି କର୍ମକର୍ତାମାନଙ୍କ ସହ ବୈଠକ କରି ଜିଲ୍ଲାରେ ବିଜେପିର ସଂଗଠନ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ,ଜିଲ୍ଲା ଉପସଭାପତି ନକୁଳ ବିଷୋୟୀ ଓ ନଗର ସଭାପତି ବିଜୟ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।