Home ଜିଲ୍ଲା ପରିକ୍ରମା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସମୂହ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର

14

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ ପକ୍ଷରୁ ଆଜି ଦେଶବ୍ୟାପୀ କଳାଦିବସ ପାଳିତ ହୋଇଯାଇଛି । ସହରର ବନ୍ତଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବରିଷ୍ଠ ଚାଷୀନେତା ଚନ୍ଦ୍ରଶେଖର ନାୟକ, ବିମ୍ବାଧର ବାରିକ, ସମର ବଳ ପ୍ରମୁଖ ପରିଚାଳନା କରିଥିଲେ । ସଭାରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ ଚାଷୀ ନେତା ନାରାୟଣ ଦାଶ, ଗୌରାଙ୍ଗ ଯେନା, କାହ୍ନୁ କିଶୋର ସାହୁ, ସତ୍ୟମୂର୍ତ୍ତି ବେହେରା, ବରିଷ୍ଠ ଚାଷୀ ନେତା ଶୁଭେନ୍ଦୁ ପ୍ରତାପ ମହାନ୍ତି, ହରିହର ବେହେରା, ଫକୀର ଚରଣ ବିଶ୍ୱାଳ, କିଶୋର ବେହେରା, ଅନିରୁଦ୍ଧ ଜେନା, ରତ୍ନାକର ଘଡାଇ, କାହ୍ନୁଚରଣ ବେହେରା, ପ୍ରଣବ ନାୟକ, ଜଲିଆ ସେଠୀ, ଇତିଶ୍ରୀ ବେହେରା, ସୁଜାତା ଜେନା, ଗାୟତ୍ରୀ ବେହେରା, ଲକ୍ଷ୍ମୀପ୍ରିୟା ରାଉତ, ରବିନ୍ଦ୍ର ଜେନା, ଗିରିଶ ପ୍ରଧାନ, ରବିନ୍ଦ୍ର ରାଉତ, ଶ୍ରମିକ ନେତା କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ନବକିଶୋର ବେହେରା, ଯୁବ ନେତା ଦିଲ୍ଲୀପ ନାୟକ ପ୍ରମୁଖ ଯୋଗଦେଇଥିଲେ ।

ଏବଂ ୨୦୨୧ ମସିହା ଅକ୍ଟୋବର ୩ ତାରିଖରେ ଲକ୍ଷ୍ମୀପୁର ଖେରୀ ଠାରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଗାଡି ଚଢାଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁତ୍ର ଆଶିଷ ମିଶ୍ର ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ସରକାରୀ ଗାଡି ବ୍ୟବହାର ହୋଇଥିଲା । ଅଜୟ ମିଶ୍ର ଟେନିଙ୍କ ନିର୍ଦ୍ଦେଶରେ ଏହି ଘଟଣା ଘଟିଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ୨ ବର୍ଷ ଧରି ଆନ୍ଦୋଳନ ଚାଲିଛି ବୋଲି ନିଜ୍ ଉଦ୍‌ବୋଧନରେ କହିଥିଲେ । ଲକ୍ଷ୍ମୀପୁର ଖେରୀ ସମେତ ଐତିହାସିକ ଦିଲ୍ଲୀ ଚାଷୀ ଆନ୍ଦୋଳନରେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ, ସମସ୍ତ କୃଷିଚାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟଯୁକ୍ତ ଆଇନ ପ୍ରଣୟନ, ବିଦ୍ୟୁତ୍‌ର ଘରୋଇକରଣ ବନ୍ଦ କରିବା ପାଇଁ ଏକ କେନ୍ଦ୍ରୀୟ ଆଇନ୍‌, ଚାଷୀ ଆତ୍ମହତ୍ୟା ରୋକିବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବା ଭଳି ଏକ ଦାବିପତ୍ର ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃତ୍ୱରେ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । କୃଷକ ଓ ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା ନଭେମ୍ବର ୨୬, ୨୭ ଓ ୨୮ ତିନିଦିନ ଧରି ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ୭୨ ଘଣ୍ଟିଆ କୃଷକ-ମଜଦୁର ଅହୋରାତ୍ର ମହାଧାରଣାକୁ ସଫଳ କରିବା ପାଇଁ ଉଭୟ ନେତୃମଣ୍ଡଳୀମାନେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.