Home ଜିଲ୍ଲା ପରିକ୍ରମା କେନ୍ଦ୍ର ଗୃହ ବିଭାଗର ୪ଜଣିଆ ଟିମର କ୍ଷୟକ୍ଷତି ଆକଳନ ପାଇଁ ଧାମରା ଗସ୍ତ

କେନ୍ଦ୍ର ଗୃହ ବିଭାଗର ୪ଜଣିଆ ଟିମର କ୍ଷୟକ୍ଷତି ଆକଳନ ପାଇଁ ଧାମରା ଗସ୍ତ

30

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ଗୃହ ବିଭାଗର ଯୁଗ୍ମ ସଚିବ ସୁନିଲ କୁମାର ବର୍ଣଓାଲଙ୍କ ନେତୃତ୍ୱରେ ଏକ ୪ଜଣିଆ ଟି ଆସି ଧାମରାରେ ୧୨.୪୫ ମିନଟରେ ପହଂଚିଥିଲେ । ଧାମରା ବନ୍ଦର(ଆଦାନୀ) ମଧ୍ୟରେ ସେମାନଙ୍କ ହେଲିକପ୍ଟର ପଂହଚିବା ପରେ ଧାମରା ବନ୍ଦର ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।ପରେ ସେମାନଙ୍କର ଟିମ ପ୍ରଥମେ ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ଅମର ନଗର ନିକଟସ୍ଥ ଚନ୍ଦନୀପାଳ ଅଂଚଳକୁ ଯାଇ ସେଠାରେ ବସବାସ କରୁଥିବା ଏବଂ ଜିବୀକା ନିର୍ବାହ କରି ପେଟ ପୋଷୁଥିବା ମତ୍ସ୍ୟଜିବୀ ମାନଙ୍କ ଅଂଚଳ ବୁଲି କ୍ଷୟକ୍ଷତି ର ଆକଳନ କରିଥିଲେ ।ପରେ ସେମାନେ ଦୋସିଙ୍ଗା ପଂଚାୟତସ୍ଥ ଜ୍ୟୋତ୍ସ୍ନାମୟୀ ଗ୍ରାମ, କାଳିନାଳୀ,ଜୟଦୁର୍ଗାପାଟଣା,ଏବଂ ଶେଷରେ ଜାଗୁଳା ପଂଚାୟତସ୍ଥ ବଳଭଦ୍ରପ୍ରାସଦ ଅଂଚଳକୁ ଯାଇ ବୁଲି ଦେଖିଥିଲେ । ବାତ୍ୟା ୟାଶରେ କ୍ଷତିଗ୍ରସ୍ଥ ହୋଇଥିବା ଧାମରା ଅଂଚଳରେ ୟାଶ ବାତ୍ୟାରେ ପବନର ବେଗ ଏବଂ ସମୁଦ୍ରର ଜୁଆର ର ବ୍ୟାପକ କ୍ଷୟକ୍ଷତି ହୋଇଥିବା କଥା ସେମାନେ ହୃଦୟଙ୍ଗମ କରିଥିବା ବେଳେ ସେମାନଙ୍କ ଟିମ ଏହି କ୍ଷୟକ୍ଷତିର ଆକଳନ କରି ଆସନ୍ତା ୮ତାରିଖ ଦିନ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଦେବେ ପରେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି ଟିମରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ନିର୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, କେନ୍ଦ୍ରସରକାରଙ୍କ ଅର୍ଥ ବିଭାଗର ଯୁଗ୍ମ ନିର୍ଦେଶକ ସୁରଜ କୁମାର ପ୍ରଧାନ,ଶାଶ୍ୱତ କୁମାର ମହାପାତ୍ର ପ୍ରମୁଖ ଆସି ଥିବା ବେଳେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ, ଡ୍ରେନେଜ ବିଭାଗ, ପଂଚାୟତି ରାଜ ବିଭାଗ,ନେସ୍କୋ କର୍ତୁପକ୍ଷ, ଜଳସମ୍ପଦ ବିଭାଗର କର୍ମକର୍ତା, ମତ୍ସ୍ୟବିଭାଗର କର୍ମକର୍ତା, ରାସ୍ତା ଏବଂ ଗୃହନିର୍ମାଣ ବିଭାଗ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥା ସହ ଚାନ୍ଦବାଲି ବିଡିଓ ଏବଂ ତହସିଲଦାର ପ୍ରମୁଖ ଆସି ଏହି ଟିମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.