Home Top News କେନ୍ଦ୍ର କ୍ୟାବିନେଟର ୨୦୨୪ ସୁଦ୍ଧା ଦେଶରେ ପୃଷ୍ଟିକର ଚାଉଳ ବିତରଣ ନିଷ୍ପତି ପ୍ରସଙ୍ଗ : ଓଡ଼ିଶା...

କେନ୍ଦ୍ର କ୍ୟାବିନେଟର ୨୦୨୪ ସୁଦ୍ଧା ଦେଶରେ ପୃଷ୍ଟିକର ଚାଉଳ ବିତରଣ ନିଷ୍ପତି ପ୍ରସଙ୍ଗ : ଓଡ଼ିଶା ସମେତ ଦେଶରେ ଅପପୃଷ୍ଟିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

109

– ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
– ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅଟଳ ଇନୋଭେସନ ମିଶନର ସମ୍ପ୍ରସାରଣ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୦୮ (ଓଡ଼ିଆ ପୁଅ) – ୨୦୨୪ ସୁଦ୍ଧା ଦେଶରେ ପୃଷ୍ଟିକର ଚାଉଳ ବିତରଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତି ସ୍ୱାଗତଯୋଗ୍ୟ ଏବଂ ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶରେ ଅପପୃଷ୍ଟିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କ୍ୟାବିନେଟର ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନଏଫଏସଏ), ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡ଼ିଏସ), ପିଏମ ପୋଷଣ ଏବଂ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକରେ ଏହି ପୃଷ୍ଟିଯୁକ୍ତ ଚାଉଳ ବଂଟନ କରାଯିବ। ଏଥିପାଇଁ ଭାରତ ସରକାର ସମସ୍ତ ଅର୍ଥ ତଥା ବାର୍ଷିକ ପ୍ରାୟ ୨ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବା ତଥା ଏକ ସୁସ୍ଥ ଭାରତ ସୁନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତା ରହିଛି ବୋଲି ସେ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ୨ ହଜାର କୋଟି ଟଙ୍କା ବ୍ୟୟରେ ଅଟଳ ଇନୋଭେସନ ମିଶନକୁ ୨୦୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ଶିକ୍ଷାନୁଷ୍ଠାନରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ, ୧୦୧ ଅଟଳ ଇନକୁବେସନ ସେଂଟର, ୫୦ ଅଟଳ କମ୍ୟୁନିଟି ଇନୋଭେସନ ସେଂଟର ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାଟଅପକୁ ସହଯୋଗ କରାଯିବାର ଯୋଜନା ରହିଛି। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ଓ ନବସୃଜନର ଭାବନାକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.