କେନ୍ଦ୍ରାପଡା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସତ୍ୟସାଇ ମନ୍ଦିରରେ ଶ୍ରୀ ସତ୍ୟସାଇ ବାବାଙ୍କ ମାତା ପରମ ପୂଜନୀୟା ଇଶ୍ୱରମ୍ମାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିନିମନ୍ତେ ସାଇ ମନ୍ଦିର ପରିସରରେ ପ୍ରତ୍ୟୁସରୁ ନଗର ସଂକୀର୍ତ୍ତନ ଓ ପତାକା ଉତ୍ତୋଳନ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରେ ଷୋଡଶ ଉପଚାରରେ ପୂଜା, ହୋମ ଏବଂ ମା’ମାନଙ୍କର ମାତୃପୂଜନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ସଂଗଠନର ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆବାହକ ନୃସିଂହ ଚରଣ ତ୍ରିପାଠୀ ସହଯୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ, ବାସୁଦେବ ଦାସ, ପ୍ରାଧ୍ୟାପକ ହିମାଂଶୁ ଶେଖର ପରିଡା, ପ୍ରାଧ୍ୟାପକ ଆଲୋକ କୁମାର ରାୟ ପ୍ରମୁଖ ମାତୃ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଇ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିଲେ।