Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର

32

କେନ୍ଦ୍ରାପଡ଼ା, ୨ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥରବା ବେଳେ ଡେପୁଟି କଲେକ୍ଟର(ଅଭିଯୋଗ) ଅନନ୍ୟା ତ୍ରିପାଠୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀମାନେ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ୬୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୬ଟି ସାମୂହିକ ଥରବା ବେଳେ ୫୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ଜମିଜମା ସମସ୍ୟା, ରାସନକାର୍ଡ ପ୍ରଦାନ, ପୋଲିସ ସୁରକ୍ଷା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା, ଚିକିତ୍ସା ପାଇଁ ଆର୍ôଥକ ସହାୟତା ପ୍ରଦାନ ପ୍ରଭୃତି ପାଇଁ ଦରଖାସ୍ତ ଥିଲା। ସେହିଭଳିି ସାମୂହିକ ଅଭିଯୋଗ ଗୁଡିକ ମଧ୍ୟରେ ପାନୀୟ ଜଳ ସମସ୍ୟା, ଗ୍ରାମ୍ୟ ଜମିକୁ ବେଆଇନ ଭାବେ ଅଧିଗ୍ରହଣ, ନଳକୂପ ଖନନ, ଚାଷଜମିରୁ ଜଳ ନିଷ୍କାସନ, ଗ୍ରାମ୍ୟରାସ୍ତା ଅବରୋଧ ହଟାଇବା, ଶିକ୍ଷା ଓ ମିଶନ ଶକ୍ତି ସମ୍ପର୍କିତ ଅଭିଯୋଗ ଆସିଥିଲା। ଚାନ୍ଦୋଳ ଅଞ୍ଚଳରେ ନଳକୂପ ଖନନ, ଗଗୁଆ ଅଞ୍ଚଳରୁ ଜଳନିଷ୍କାସନ ସମସ୍ୟା ସମ୍ପର୍କରେ ମଧ୍ୟ ଅଭିଯୋଗ ଆସିଥିଲା। ସାମୂହିକ ଅଭିଯୋଗ ଗୁଡିକର ଶୁଣାଣି କରି ସେଗୁଡିକର ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂସାର ସାହସପୁର ଗ୍ରାମର ଶ୍ରୀଧର ନାୟକଙ୍କ ଘର ପୋଡିଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଘରପୋଡି ବାବଦରେ ତାଙ୍କୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଦୀର୍ଘ ୩ ବର୍ଷ ପରେ କେନ୍ଦ୍ରାପଡା ସଦର ମହକୁମାରେ ମିଳିତ ଜନଶୁଣାଣି ଅନୁଷ୍ଠିତ ହେଉଥିବାରୁ ଲୋକମାନେ ବିଭିନ୍ନ ଅଭିଯୋଗ ଧରି ସକାଳ ୭ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ। କିନ୍ତୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ୯ଟା ୫୦ ମିନିଟରେ ଏହି ଶିବିରରେ ପହଞ୍ôଚଥିଲେ। ସେତେବେଳକୁ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଅଭିଯୋଗ ଗୁଡିକୁ ଜନଶୁଣାଣି ଶିବିରରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ଶୁଣାଣି କରିବାକୁ ହସ୍ତାନ୍ତର କରିଥିଲେ। ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମାତ୍ର ପାଞ୍ଚ ଛଅଟି ଅଭିଯୋଗ ଶୁଣିବା ପରେ ୧୧ଟାରେ ସଭାଗୃହରୁ ବାହାରି ଚାଲିଯାଇଥିଲେ। ପ୍ରତିମାସ ପ୍ରଥମ ଶନିବାର ଜିଲ୍ଲା ସଦର ମହକୁମାରେ ଏହିଭଳି ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ ଏବଂ ଅନ୍ୟ ସୋମବାର ଗୁଡିକରେ ବିଭିନ୍ନ ବ୍ଲକରେ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.