Home ଓଡ଼ିଶା କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ୩ମାସରୁ ଉର୍ଦ୍ଧ୍ବ ହେବ ଉପଲବ୍ଧ ନାହିଁ ମଧୁମେହ ରୋଗର...

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ୩ମାସରୁ ଉର୍ଦ୍ଧ୍ବ ହେବ ଉପଲବ୍ଧ ନାହିଁ ମଧୁମେହ ରୋଗର ଔଷଧ, ଚିନ୍ତାରେ ରୋଗୀ

103

କେନ୍ଦୁଝର,ତା ୨୩ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଏପଟେ କରୋନା ଭୟ, ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ହେଉନାହିଁ ଆବଶ୍ୟକୀୟ ପରିମାଣର ମଧୁମେହ ରୋଗୀଙ୍କ ପାଇଁ ଔଷଧ, ଚିନ୍ତାରେ ଆଦିବାସୀ ପରିବାର ଓ ରୋଗୀ । ଖବର ମୁତାବକ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ମଧୁମେହ ରୋଗୀ ରହିଥିବା ବେଳେ ଅନ୍ୟପକ୍ଷରେ ମଧୁମେହ ରୋଗୀଙ୍କ ପାଇଁ ଆବଶ୍ୟକ ମୁତାବକ ଔଷଧ ସରକାରୀ ମେଡ଼ିକାଲ ଗୁଡିକରେ ଉପଲବ୍ଧ ନହେବା ସାଧାରଣରେ ଚିନ୍ତାର ବିଷୟ ହୋଇଛି । ଯେଉଁଥିପାଇଁ ଗରିବ ଶ୍ରେଣୀର ଲୋକେ ଅଧିକ ମୂଲ୍ୟରେ ଏସବୁ ଔଷଧ ବିଭିନ୍ନ ମେଡ଼ିସିନ ଷ୍ଟୋରରୁ କିଣିବାକୁ ବାଧ୍ୟ ହେଉଛନ୍ତି । କରୋନା ଯୋଗୁଁ ଅନେକ ନିଜ ରୋଜଗାର ଓ ବେଉସା ହରାଇଥିବା ବେଳେ ଅଧିକ ମୂଲ୍ୟରେ ବାହାରୁ ଔଷଧ କିଣିବାରେ କେତେକ କ୍ଷେତ୍ରରେ ଲୋକେ ନିଜର ଅସାମର୍ଥତା ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ , ଉପଖଣ୍ଡ ଚିକିତ୍ସାଳୟ, ଭଳି ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେଉନାହିଁ ମଧୁମେହ ରୋଗୀଙ୍କ ପାଇଁ ଆବଶ୍ୟକ ମୁତାବକ ଔଷଧ । ବିଶେଷ କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦୈତାରୀ, ରେବଣାପଳାସପାଳ, ପିଠାଗୋଳା, କଳାପାଟ, ଜଙ୍ଘିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ଔଷଧ ପ୍ରାୟତଃ ୩ମାସରୁ ଉର୍ଦ୍ଧ୍ବ ହେବ ଉପଲବ୍ଧ ହେଉନାହିଁ । ଯାହାକୁ ନେଇ ଅପହଞ୍ଚ ବା ଆଦିବାସୀ ଉପାନ୍ତ ଅଞ୍ଚଳ ଗୁଡିକର ଲୋକମାନେ ଔଷଧରୁ ବଞ୍ଚିତ ହୋଇରହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ବିଭାଗୀୟ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ଅନୁସାରେ ଏହି ଔଷଧ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.