Home ଜିଲ୍ଲା ପରିକ୍ରମା କେନାଲରେ ପଡି ଯୁବ ଚାଷୀଙ୍କ ମୃତ୍ୟୁ

କେନାଲରେ ପଡି ଯୁବ ଚାଷୀଙ୍କ ମୃତ୍ୟୁ

23

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନ ବାଣିତିଆ ପଞ୍ଚାୟତ ଜୟରାମପୁର ଗ୍ରାମର ଯୁବ ଚାଷୀ ଗୋବିନ୍ଦ ଚନ୍ଦ୍ର ମହାକୁଡଙ୍କ ମୃତ୍ୟୁ ଘଯିଛି । ଗୋବିନ୍ଦ ଘରକୁ ଫେରୁଥିବାବେଳେ ଏକ ଅସୁରକ୍ଷିତ କେନାଲ ପୋଲ ତଳକୁ ଗଳିପଡି ପାଣିରେ ବୁଡି ରହି ଜୀବନ ହାରିଛନ୍ତି । ସୋମବାର ସେ ଖଇରା ବ୍ଲକ୍ ବରୋଦ ପଞ୍ଚାୟତ ହାଟକୁ ପରିବା କିଣିବାକୁ ଯାଇଥିଲେ । ପରିବା ବ୍ୟାଗ୍ ଧରି ରାତିରେ ଘରକୁ ଫେରିନଥିଲେ । ରାତି ୮ଟା ପରେ ପରିବାର ଲୋକ ଖୋଜାଖୋଜି କରି କିଛି ସନ୍ଧାନ ପାଇନଥିଲେ । ଆଜି ଭୋର୍ ୫ଟା ବେଳେ ସାଳନ୍ଦୀ କେନାଲର ନିରଞ୍ଜନବିନ୍ଧା ପୋଲ ତଳେ ପାଣିରେ ଜଣେ ଅଚିହ୍ନା ବ୍ୟକ୍ତି ଭାସୁଥିବା ଖବର ପ୍ରଚାର ହୋଇଥିଲା । ପରିବାର ଲୋକ ଯାଇ ତାଙ୍କୁ ଜଳ ଭିତରୁ ଉଦ୍ଧାର କରି ଭଦ୍ରକ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଟାଉନ୍ ଥାନା ପୁଲିସ୍ ମୃତଦେହ ଜବତ କରିଛି । ୯୪/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙକ୍‌ୁ ହସ୍ତାନ୍ତର କରିଛି । ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରୋଦା ସରପଞ୍ଚ ପରୀକ୍ଷିତ ମହାପାତ୍ର, ବାଣିତିଆ ସରପଞ୍ଚ ଦାମୋଦର ମହଲା, ବାଣିତିଆ ବିଜେଡି ସଭାପତି ସୁଧାକର ଜେନା, ଯୁବ ସଭାପତି ଦାମୋଦର ଗାହାଣ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି କୈଳାସ ବେହେରା ପ୍ରମୁଖ ପହଞ୍ôଚ ବହୁ ବ୍ୟକ୍ତି ଯୋଗଦେଇ ତାଙ୍କ ଶେଷ ଦର୍ଶନ କରିଛନ୍ତି । ମୃତ ଗୋବିନ୍ଦଙ୍କ ପରିବାରର ତାଙ୍କ ମା’ ସମେତ ସ୍ତ୍ରୀ ଓ ଦୁଇ ପୁଅ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.