Home ଜିଲ୍ଲା ପରିକ୍ରମା କୃଷି ବିଲ୍‌କୁ ବିରୋଧ : ନବ ନିର୍ମାଣ କୃଷକ ସଂଗଠନର ଧାରଣା

କୃଷି ବିଲ୍‌କୁ ବିରୋଧ : ନବ ନିର୍ମାଣ କୃଷକ ସଂଗଠନର ଧାରଣା

20

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ପ୍ରତିବାଦ, ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ତଥା ସର୍ବଭାରତୀୟ ମିଳିତ କୃଷକ ମଞ୍ଚର ଆହ୍ୱାନ କ୍ରମେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ଯାଇଥିଲା । କେନ୍ଦ୍ର ସରକାର କୌଣସି କେନ୍ଦ୍ରୀୟ କୃଷକ ସଂଗଠନ ସହ ଆଲୋଚନା ନ କରି ସଂସଦରେ କୃଷକଙ୍କ ଜୀବିକା ବୁଡାଇବା ଭଳି କୃଷି ବିଲ ପାସ୍ କରାଇ ଅଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଧାରଣାରତ ନେତାମାନେ କହିଥିଲେ । ସରକାର ଏହି ବିଲ୍ ପ୍ରତ୍ୟାହାର ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନର ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହସଂଯୋଜକ ସତ୍ୟ ନାୟକ, ତଥା ବ୍ଲକ ସ୍ତରୀୟ ନେତା ସୀତାକନ୍ତ ସାହୁ, ବିବେକାନନ୍ଦ ଜେନା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ପୀତବାସ ମହାନ୍ତି, ଗଗନ ମହାନ୍ତି, ମାନସ ସାହୁ, ପ୍ରମୋଦ ରାୟ, ରବିନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମହାପାତ୍ର, ନିରାକାର ରାଉତ, ଦେବେନ୍ଦ୍ର ବାରିକ, ଜାହିର ଖାନ୍ ପ୍ରମୁଖ ଧାରଣା ସ୍ଥଳରେ ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.