Home ଜିଲ୍ଲା ପରିକ୍ରମା କୃଷି ବିଜ୍ଞାନ କେନ୍ଦ୍ରରେ ଧାନଚାଷରେ ଉନ୍ନତ ଜ୍ଞାନକୌଶଳ ପ୍ରଦର୍ଶନ

କୃଷି ବିଜ୍ଞାନ କେନ୍ଦ୍ରରେ ଧାନଚାଷରେ ଉନ୍ନତ ଜ୍ଞାନକୌଶଳ ପ୍ରଦର୍ଶନ

23

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାନଚାଷରେ ଆଧୁନିକ ଜ୍ଞାନ କୌଶଳ ସଂପର୍କରେ ଚାଷୀଙ୍କୁ ସଚେତନ କରାଇବା ପାଇଁ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ସୀସା ପ୍ରକଳ୍ପ ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ କହିଲେ ଯେ ଉପକୂଳ ଜିଲାରେ ଖରିଫ ଋତୁରେ ଧାନ ଏକ ପ୍ରଧାନ ଫସଲ । ମାଟି ଜଳବାୟୁକୁ ଲକ୍ଷ୍ୟ କରି ଏହି ଚାଷ ବିଭିନ୍ନ ପ୍ରଣାଳୀରେ କରାଯାଇଥାଏ, ଯଥା ବୁଣା ଓ ରୁଆ ଧାନ । କମ୍ ଖର୍ଚ୍ଚରେ ଚାଷୀ କିପରି ଅଧିକ ଅମଳ କରି ନିଜର ଆର୍ଥିକ ଉନ୍ନତି କରିପାରିବେ, ସେ ସଂପର୍କରେ ବରିଷ୍ଠ ବୈଜ୍ଞାନିକ ଶ୍ରୀ ଦାସ ଆଲୋକପାତ କରିଥିଲେ । ବିଶେଷକରି ଯାନ୍ତ୍ରିକ ପ୍ରଣାଳୀରେ ବୁଣା ଧାନ ଚାଷ, ଲେଜର ଲେବୁଲ ଦ୍ୱାରା ଜମି ସମତୁଲ କରିବା, ଶଙ୍କର କିସମ ଧାନ ଓ ଘାସ ନିୟନ୍ତ୍ରଣ ଇତ୍ୟାଦିର କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା ।

ସୀସା ପ୍ରକଳ୍ପର ମୁଖ୍ୟ ଡ. ଅଶୋକ କୁମାର ଯାଦବ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ହେଉଥିବା ଶଙ୍କର କିସମ ଓ ଅଧିକ ଅମଳକ୍ଷମ ଧାନ କିସମର ଫଳାଫଳ ଉପରେ ବିଶେଷ ଆଲୋଚନା କରିଥିଲେ । ଭଦ୍ରକ ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ଦ୍ୱାରୀ, କୃଷି ଜିଲା ଅଧିକାରୀ ଶ୍ରୀଧର ଦାସ, ଚାନ୍ଦବାଲି ବ୍ଲକ୍ କୃଷି ଅଧିକାରୀ ଅରୁଣ କୁମାର ପାତ୍ର, ତିହିଡି ବ୍ଲକ୍ କୃଷି ଅଧିକାରୀ ରଘୁନାଥ ପତି, ଭଦ୍ରକ କୃଷି ବ୍ଲକ୍ ଅଧିକାରୀ କମଳାକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଜିଲାରେ ଚଳିତ ଖରିଫରେ ହେବାକୁ ଥିବା ଧାନ ଓ ମିଲେଟ୍ ଫସଲର କାର୍ଯ୍ୟକ୍ଷମ ସଂପର୍କରେ ସୂଚନା ଦେଇଥିଲେ । ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ସହଯୋଗୀ ନିର୍ଦ୍ଦେଶକ ଉମାଶଙ୍କର ନାୟକ ଯାନ୍ତ୍ରିକ ପ୍ରଣାଳୀରେ ବୁଣା ଧାନ ଓ ସଂରକ୍ଷଣ କୃଷି ପଦ୍ଧତି ଦ୍ୱାରା ରୋଗପୋକର ପ୍ରାଦୁର୍ଭାବ କମ୍ ରହିଥାଏ ବୋଲି ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ମୁମ୍ବାଇର ସାର୍ଥକ କୁମାର କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗୀ ସଭ୍ୟ ଭାବେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ବୈଜ୍ଞାନିକା ରୋଜାଲିନ୍ ମହାନ୍ତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଜ୍ୟୋସ୍ନାରାଣୀ ମହାରଣା, ଡ. ବିଜୟଲକ୍ଷ୍ମୀ ରାଉତ, ଡ. ଦେବୀପ୍ରସାଦ ଦାସ, ଡ. ଚିନ୍ମୟ ଦାସ, ଉତ୍କଳିକା ନାୟକ, ସଂଜୟ ସ୍ୱରୂପ, ଗୋପାଳକୃଷ୍ଣ ଓଝା, ଗୟାଧର ଶିଅଳ, ମଣ୍ଟୁ ଚୌଧୁରୀ, ସୁଶାନ୍ତ କୁମାର ସିଂ, ଭାନୁମତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.