Home ଓଡ଼ିଶା କୃଷକ ସଂଗଠନ ଗୁଡ଼ିକ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲିର ଧାରଣା, ପ୍ରତିବାଦ ଓ ବିକ୍ଷୋଭକୁ...

କୃଷକ ସଂଗଠନ ଗୁଡ଼ିକ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲିର ଧାରଣା, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳର ନୈତିକ ସମର୍ଥନ : ନିରଞ୍ଜନ

37

ଭୁବନେଶ୍ୱର ୧୩-୧୨ (ଓଡ଼ିଆ ପୁଅ) – ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ଦ୍ୱାରା ଦିଲ୍ଲୀରେ ନିରନ୍ତର ଆନ୍ଦୋଳନ, ବିକ୍ଷୋଭ ଓ ଆସନ୍ତାକାଲି ଆମରଣ ଅନଶନ ସପକ୍ଷରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଧାରଣା, ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ଆଧାର କରି ଆମ ରାଜ୍ୟରେ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀମାନେ ଦଳୀୟ ପତାକା ଓ ବ୍ୟାନର ସହ ଅନ୍ନଦାତାମାନଙ୍କୁ ନୈତ୍ୟକ ସମର୍ଥନ ପ୍ରଦାନ ପୂର୍ବକ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏପରିକି ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନେ କଳା ଆଇନର ପ୍ରତ୍ୟାହାର ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କେନ୍ଦ୍ରର ବିଜେପି ସରକାରଙ୍କ କୃଷକମାରଣ ନୀତି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଦୋମୁହାଁ ନୀତି ଉପରେ ଉଭୟ ସରକାରଙ୍କ ଚିତ୍ର, ଚରିତ୍ର, ଚାଲ ଓ ଚେହେରାର ପର୍ଦ୍ଦାଫାସ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚୀତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.