Home ଜିଲ୍ଲା ପରିକ୍ରମା କୃଷକ ବିରୋଧୀ ୩ଟି କୃଷିକଳା ଆଇନ୍ ଓ ବିଦ୍ୟୁତ୍ ସଂଶୋଧନବିଲ୍ ୨୦୨୦ ପ୍ରତ୍ୟାହାର ଦାବୀରେ ଭଦ୍ରକରେ...

କୃଷକ ବିରୋଧୀ ୩ଟି କୃଷିକଳା ଆଇନ୍ ଓ ବିଦ୍ୟୁତ୍ ସଂଶୋଧନବିଲ୍ ୨୦୨୦ ପ୍ରତ୍ୟାହାର ଦାବୀରେ ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପ୍ରତିବାଦ ଓ ଧାରଣା

17

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କୃଷକ, କୃଷିଶ୍ରମିକ ଭାଗଚାଷୀଙ୍କ ଜୀବିକା ଉଛେଦକାରୀ କଣ୍ଟ୍ରାକ୍ ଫାର୍ମିଙ୍ଗ୍ ଆଇନ୍‌, କୃଷକ ସର୍ବନାଶକାରୀ, କୃଷକ ଧ୍ୱଂସକାରୀ ଏବଂ କର୍ପୋରେଟ୍ ପାଇଁ ଜମି ହଡପକାରୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ ତମାମ୍ ଅଖିଳ ଭାରତ କୃଷକ ସଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନୁକୂଲ୍ୟରେ ଦେଶବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଏହି କୃଷିଆଇନ୍ ବିରୋଧରେ ଭଦ୍ରକରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ପୁରୁଣା ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିବାଦ ସଭାରେ କୃଷକନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ସଂଗ୍ରାମ ବଳ,ବିମ୍ବାଧର ବାରିକ୍‌, ରବି ନାୟକ, ନିରଞ୍ଜନ ପାଣି, ରାମଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ସଭାକୁ ପରିଚାଳନା କରିଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନୋଟି କୃଷିବିଲ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀରେ ଆଜି ଭଦ୍ରକରେ ବିଭିନ୍ନ ଚାଷୀସଂଗଠନ ଯଥା- ଏଆଇକେଏମ, ଏଆଇକେଏସ,ଏଆଇକେକେଏମଏସ,ଏଆଇକେଏସ, ବାମପନ୍ଥୀ ଦଳ ସିପିଆଇ, ସିପିଆଇଏମ, ସିପିଆଇ(ଏମ୍‌-ଏଲ୍‌)ଲିବରେସନ,ଏସଯୁସିଆଇ ପ୍ରମୁଖ ସମସ୍ତ ସଂଗଠନର କର୍ମକର୍ତ୍ତାମାନେ ଏହି ପ୍ରତିବାଦ ସଭାରେ ଯୋଗଦେଇଥିଲେ ।ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି(ଏଆଇକେଏସସିସି) କେନ୍ଦ୍ରର ଜନବିରୋଧୀ, କୃଷକ ବିରୋଧୀ,ଶ୍ରମିକ ବିରୋଧ ମୋଦି ସରାକାରଙ୍କ ବିରୋଧରେ ସଂଗ୍ରାମୀନେତାମାନେ ବିଶୋଦଗାର କରିଥିଲେ ।

ଏକ ପ୍ରତିବାଦ ସଭାରେ ଶ୍ରମିକ ନେତା ଦିବ୍ୟସଂହ ନାୟକ,ସମର ବଳ, ଶୁଭେନ୍ଦୁ ପ୍ରତାପ ମହାନ୍ତି,ରାଧା ଦାସ,ନିରଞ୍ଜନ ପାଣି,ପ୍ରଫୁଲ ପାଢୀ,ବୈଲୋଚନ ଜେନା,ରମେଶ ନାୟକ,ଜୟନ୍ତୀ ବିଶ୍ୱାଳ,ପ୍ରଭାସ ମହାପାତ୍ର, ପରମେଶ୍ୱର ବାରିକ୍‌,ଉମାକାନ୍ତ ଜେନା, ରମେଶ ଜେନା,ବିକାଶ ନାଥ,ଦାମୋଦର ସେନାପତି,ମଳୟଭୋଇ, ବିଷ୍ଣୁ ଦାସ,ରମାକାନ୍ତ ଦାସ ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କୃଷିବିଲ୍‌କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ।କୃଷକ-କୃଷିବ୍ୟବସ୍ଥା ଧ୍ୱଂସକାରୀ,କଣ୍ଟ୍ରାକ୍ ଫାର୍ମିଙ୍ଗ୍ ଠିକାଚାଷ, ଚୁକ୍ତ୍‌ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା,ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍‌) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା,ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା,ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ରୋକାଯିବା ସହ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଦ କରିବା ଦାବୀରେ ସଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦାବୀ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କମଳାକାନ୍ତ ବଳ,ପ୍ରତାପ ବଳ, କିଶୋର ଜେନା, ଗୟାଧର ସେଣ, ଜଗନ୍ନାଥ ବେହେରା,ପ୍ରତାପ ସେଠୀ,ଅଜମଲ୍ ହୁସେନ୍‌, ବିନୋଦ ସାହୁ ରୋଜାଲିନ୍ ସାମ୍ୟବାଦୀ,ମମତା ଜେନା, ସୀତା ଦାସ, ବାସନ୍ତି ବେହେରା,ରବି ନାୟକ,ସଞ୍ଜିବ୍ ଭଞ୍ଜ,ରବିନ୍ଦ୍ର ବାରିକ୍‌. ସୁବାଷ ବେହେରା, ଉମା ମହାପାତ୍ର, ଏସକେ କାଲୁ, ଏସକେ କମଲ୍‌, ମହେଶ୍ୱର ନାୟକ ପ୍ରମୁଖ ପ୍ରତିବାଦ ସଭାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.