Home ଜିଲ୍ଲା ପରିକ୍ରମା କୃଷକର ଆୟ ଅତି ଶୀଘ୍ର ବୃଦ୍ଧି ପାଇଁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ଉକୃଷ୍ଟ ମାଧ୍ୟମ, ଜିଲ୍ଲାସ୍ତରୀୟ...

କୃଷକର ଆୟ ଅତି ଶୀଘ୍ର ବୃଦ୍ଧି ପାଇଁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ଉକୃଷ୍ଟ ମାଧ୍ୟମ, ଜିଲ୍ଲାସ୍ତରୀୟ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଘାଟିତ

20

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ପାଇଁ ବ୍ୟାପକ କ୍ଷେତ୍ର ସୃଷ୍ଟି ଓ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲି କରାଯିବା ଆଭିମୁଖ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଜରିଆରେ ପ୍ରତି ଜିଲ୍ଲାରେ ଆୟୋଜିତ ହେଉଥିବା ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଭଦ୍ରକ ଜିଲ୍ଲା ପାଇଁ ଭଦ୍ରକ ସ୍ୱୟଂଶାସିତ ଖେଳ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଯନୀ ଉତ୍ସବରେ କାର୍ଯ୍ୟକ୍ରମର ସଂଯୋଜକ ସି.ଡ଼ି.ଭି.ଓ ହୃଷିକେଶ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ ନାୟକ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । କୃଷକର ଆୟ ଅତିଶୀଘ୍ର ବଢ଼ାଇବାକୁ ହେଲେ ମତ୍ସ୍ୟ ଓ ପ୍ରାଣୀପାଳନ ଏକ ଉକୃଷ୍ଟ ମାଧ୍ୟମ । ସବ୍‌ସିଡ଼୍ ରିଲିଜ୍ କରିବାରେ ଭଦ୍ରକ ଜିଲ୍ଲା ରାଜ୍ୟରେ ତୃତୀୟ । ସମନ୍ୱିତ କୃଷି ଉତ୍ପାଦନ ଓ ପକ୍ରିୟା କରଣ କେନ୍ଦ୍ର ଆଦି ପାଇଁ ମୁଖ୍ୟମନ୍ତ୍ରୀ ଓ କୃଷି ଉଦ୍ୟେଗ ଯୋଜନାରେ ୫୦ ଭାଗ ସହ ୧ କୋଟି ପର୍ଯ୍ୟନ୍ତ ସବ୍‌ସିଡ଼୍ ପ୍ରଦାନ, ଭଦ୍ରକରୁ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନୀ ହେବା , ଚାକିରି ନ ଖୋଜି ଉଦ୍ୟେଗପତି ହୋଇ ଚାକିରି ଦେବା ପାଇଁ ପ୍ରୟାସ କରିବା, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, କୃଷକ ସମୃଦ୍ଧି ପାଇଁ ଓଡ଼ିଶା ଏକ ନୂତନ ଦିଗରେ ଯିବା, କାଳିଆ ବଳରାମ ଆଦି ଯୋଜନାରେ ପ୍ରକୃତ ଚାଷୀ ପାଖରେ ସବ୍‌ସିଡ଼ି ପହଞ୍ôଚବା ଆଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜିଲ୍ଲାପାଳ ଓ ଅନ୍ୟ ଅତିଥିମାନେ ପ୍ରକାଶ କରିବା ସହିତ ସେ ସବୁର ସୁଯୋଗ ନେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

ସାଧାରଣ ସଭା ଓ କାର୍ଯ୍ୟକ୍ରମ ପରେ ଷ୍ଟାର ସିଙ୍ଗର ସତ୍ୟଜିତ୍ ପ୍ରଧାନ ଓ ଅମ୍ରିତା ନାୟକଙ୍କ ଟିମ୍ ଦ୍ୱାରା ଆକର୍ଷଣୀୟ ଏବଂ ଉଚ୍ଚକୋଟୀର ମେଲୋଡ଼ି ପରିବେଷଣ କରାଯାଇଥିଲା । ଏହି ମେଳାରେ ସମୁଦାୟ ୪୬ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୋ ସମ୍ପଦ, ଛେଳି, ମେଣ୍ଢା, ଘୁଷୁରୀ, ମଇଁଷି, କୁକୁଡ଼ା ବତକ, ଗୁଣ୍ଡୁରି ଚଢ଼େଇ ଆଦି ପ୍ରଦର୍ଶନ କରାଯାଇଥିଲା । ସେହିପରି ମତ୍ସ୍ୟ ବିଭାଗ ତରଫରୁ ବାୟୋପୋ୍ଲକ, କୁଣ୍ଡ ଓ ପୋଖରୀ ଯୋଜନାରେ ମାଛ ଚାଷ ପ୍ରଣାଳୀ ଏବଂ କୃଷି ବିଭାଗ ଦ୍ୱାରା ମାଣ୍ଡିଆ ଓ ଅନ୍ୟାନ୍ୟ ମୁଖ୍ୟ ଖାଦ୍ୟ ଶସ୍ୟ ସମ୍ବନ୍ଧରେ ପ୍ରଦର୍ଶନ କରାଯାଇଥିଲା । ଉଦ୍‌ଘୋଷିକା କାଦମ୍ବିନୀ କରଶର୍ମା ଓ ମାନସୀ ମିଶ୍ର ସୁନ୍ଦର ଭାବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଯୋଜନାରେ ହିତାଧିକାରୀମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଓ ସବସିଡ଼ି ବିଷୟରେ ସଚେତନତା ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ସାଂସ୍କୃତିକ ଦଳ ଏବଂ ଜିଲ୍ଲାକଳା ସଂସ୍କୃତି ସଂଘ ଦ୍ୱାରା ପ୍ରେରିତ ସାଂସ୍କୃତିକ ଦଳ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମତ୍ସ୍ୟ ଚାଷୀ ୨ ଜଣ ଓ ପ୍ରାଣୀପାଳକ ୨ ଜଣଙ୍କୁ ଆର୍ଥିକ ପୁରସ୍କାର ୫ ହଜାର ଟଙ୍କା ସହ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମାଛ ଜାଆଁଳା ଉତ୍ପାଦନରେ ସଫଳତା ପାଇଁ ଭଣ୍ଡାରିପୋଖରୀର ଚାଷୀ ଟି.ଏସ୍‌. ମାହେଶ୍ୱରୀ, ଭଦ୍ରକର ମତ୍ସ୍ୟ ପୋଖରୀରେ ସଫଳତା ପାଇଁ ବିଜୟାନନ୍ଦ ପଣ୍ଡା, ପ୍ରାଣୀ ସମ୍ପଦ କ୍ଷେତ୍ରରେ ଛୋଟ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଛେଳି ପାଳନ ପାଇଁ କୋଠାରର ପଙ୍କଜ କୁମାର ଦାସ, ଗୋପାଳନ ପାଇଁ ମୁସାଙ୍ଗ ତିହିଡ଼ି ର ସତ୍ୟଜିତ୍ ବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଜିଲ୍ଲାପାଳ ମନୋଜ ପାତ୍ର, ଡ଼େପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ସହକାରୀ ନିର୍ଦ୍ଦେଶକ କୃଷି ଶ୍ରୀଧର ଦାସ ପ୍ରମୁଖ ଏହି ମେଳା ଆୟୋଜନ ଓ ପରିଚାଳନା ନେଇ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.