ପୁରୀ ୨୧-୮ (ଓଡ଼ିଆ ପୁଅ) କୁଶଭଦ୍ରା ନଦୀ ବନ୍ୟା ଜଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମା’ ଅଡଙ୍ଗେଇ ପୀଠ ପୂଜକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର କବିରାଜ ପଣ୍ଡା ବୋଲି ଜଣାପଡ଼ିଛି। ସୂଚନା ଥାଉକି ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର, ମା’ ଅଡଙ୍ଗେଇ ପୀଠ ପୂଜକ କବିରାଜ ପଣ୍ଡା ସକାଳୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବନ୍ୟା ଜଳ ସ୍ରୋତରେ ଭାସି ଯାଇଥିଲେ। ଫଳରେ ବନ୍ୟା ଜଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗ୍ରାମରେ ଶୋକାକୋଳ ପରିବେଶ ଖେଳି ଯାଇଛି। ତେବେ ତାଙ୍କ ପରିବାର ବର୍ଗ ଭରଣପୋଷଣ କିଭଳି ହେବ ସେ ନେଇ ହତାଶ ହୋଇ ପଡିଛନ୍ତି କବିରାଜଙ୍କ ପରିବାର ଲୋକେ। ମାନବିକତା ଦୃଷ୍ଟି କୋଣରୁ ତୁରନ୍ତ ସରକାରୀ ସାହାର୍ଯ୍ୟ ସହ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ଷୋଳପୁର ଗ୍ରାମବାସୀ ଦାବି କରିଛନ୍ତି।