କୋରାପୁଟ ୨୩-୦୪(ଓଡିଆ ପୁଅ /ରଂଜନ ଦାସ) କୁନ୍ଦୁଲି ସାପ୍ତାହିକ ହାଟରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଜନସାଧାରଣଙ୍କୁ ମହାମାରୀ କରୋନା ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିବା ଜଣାପଡିଛି । ଆରଏମସିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା,ପ୍ରଫୁଲ ଦେବତା,ରାଜାରାମ ସାହୁ ପ୍ରମୁଖ କୁନ୍ଦୁଲି ହାଟରେ ମାଇକ ଯୋଗେ ପ୍ରଚାର କରି ସମସ୍ତେ ମାସ୍କ ଓ ହେଣ୍ଡ ଗ୍ଲୋବସ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ବେପାର ବଣିଜ କରିବାକୁ ପରାମର୍ଶ ଦେଇଥିଲେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା ମହାମାରୀ କରୋନାରୁ ନିଜକୁ ସୁରକ୍ଷିତ ରଖି ପାରିବା ତେଣୁ ସମସ୍ତେ ନିୟମ ମାନିବାକୁ ଗୁରୂତ୍ୱ ଦିଆଯାଇଥିଲା ।