ବଲାଙ୍ଗୀର ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନ ଅଞ୍ଚଳରେ ଗତ ୩ ମାସ ରେ ୨୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସେହିପରି ଗତ ୧୫ଦିନ ମଧ୍ୟରେ ଟିଟିଲାଗଡ଼ ସହରାଞ୍ଚଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ୩ ମାସରେ ଟିଟିଲାଗଡ଼ ସହରରୁ ୧୪ ଜଣ, କପିସିଭଟାରୁ ୨ଜଣ, ବାବେଝୁରିରୁ ୩ ଜଣ, ଚିକିନି ବାହାଲିରୁ ୪ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।
ତେବେ ଏହି ସହର ଓ ଆଖ ପାଖ ଅଞ୍ଚଳ ଗୁଡିକରେ ଦେଶୀ ମଦଭାଟି ଗୁଡ଼ିକ ରହିଥିବା ବେଳେ ଅନେକ ଲୋକେ ମଦ ନିଜ ଘରେ ରଖି ଘରେ, ଘରେ ଦିବା ରାତ୍ରି ମଦ ବିକ୍ରି କରି ବେଶ ମାଲାମାଲ ହୋଇ ଚାଲିଥିବା ବେଳେ କୁଟୀର ଶିଳ୍ପ ରୂପେ ଏହି କାରବାର ପରିଣତ ହୋଇଛି। ଏହି ମଦ ପ୍ରସ୍ତୁତ ବେଳେ ୟୁରିଆ ସାର ପ୍ରୟୋଗ କରି ମାତ୍ର ୧୦ଭାଗ ମହୁଲ ମିଶେଇ ମଦ ପ୍ରସ୍ତୁତ ଓ ଚାଲାଣ ବେଆଇନ ଭାବେ କରାଯାଉଛି। ଅବକାରୀ ବିଭାଗୀୟ ଅଧିକାରୀ ଓ ସରକାରୀ ଅଧିକାରୀ ଙ୍କ ନିକଟରେ ଏ ସୂଚନା ରହିଥିବା ସତ୍ୱେ ପଦକ୍ଷେପ ନ ନେବା ଅଭିଯୋଗ ହୋଇଛି। ଇତି ମଧ୍ୟରେ ଟିଟିଲାଗଡ଼ ସବ ଡିଭିଜନ ର ଅନେକ ଗ୍ରାମାଞ୍ଚଳର ୧୫ଗୋଟି ମହିଳା ସ୍ୱୟଂ ସହାୟକ ସଙ୍ଘ ଏକଜୁଟ ହୋଇ ମଦ ବନ୍ଦ ନେଇ ଦାବି କରିବା ସହ ଅନେକ ଗୁଡିଏ ମଦ ଦୋକାନ ଭାଙ୍ଗି ଦେଇଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ମଦ ବିକ୍ରି ଓ ପ୍ରସ୍ତୁତ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ନେଇ ପ୍ରଦାନ କରିଥିଲେ। ମଦ ବିଷାକ୍ତ ହୋଇଯିବା ଓ ରାସାୟନିକ ସାର ର ପ୍ରଭାଵ ଯୋଗୁ ମଦ ପିଇ ଆଉ କିଛି ନ ଖାଇ ଓ ଖାଲି ପେଟରେ ଦିନ, ଦିନ ସୋଇ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତର ହୋଇ ଯାଇ କମ ଦିନରେ ମୃତ୍ୟୁ ହେଉଥିବା ଦେଖାଯାଉଛି। ଏ ଦିଗରେ ବିଭାଗ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବା କୁ ଦାବି ହେଉଛି।