– ଦେବପ୍ରସାଦ ମିଶ୍ର
ଦିନକୁ ଦିନ ଲୋକଙ୍କ ସଂଖ୍ୟା ଯେତିକି ବଢୁଛି ରାଜ୍ୟରେ ଥିବା ସବୁ ଚିକିତ୍ସାଳୟ ଓ ହାସପାତାଳରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସବୁ ହାସପାତାଳରେ ସବୁ ପ୍ରକାର ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଏବଂ ଜରୁରୀ ଚିକିତ୍ସାର ବ୍ୟବସ୍ଥା ନଥିବାରୁ ସେଠାକାର ଡାକ୍ତରମାନେ କଟକ ବଡ ମେଡିକାଲ, ବ୍ରହ୍ମପୁରର ଏସ. କେ. ସି.ଜି ସମ୍ବଲପୁର ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ଏବଂ କ୍ୟାନସର ରୋଗ ଚିକିତ୍ସା ଓ ପରୀକ୍ଷା ପାଇଁ କଟକର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ କୁ ପଠାଇଥାନ୍ତି ଫଳରେ ଏ ସବୁ ବଡ ବଡ ହାସପାତାଳରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସ୍ୱାଭାବିକ ତା ଛଡା ପ୍ରତିଦିନ ସହର ଓ ଆଖପାଖ ଗ୍ରାମାଞ୍ଚଳରୁ ମଧ୍ୟ ଲୋକେ ବଡମେଡିକାଲରେ ଚିକିତ୍ସା ପାଇଁ ଧାଡି ଲଗାଇଥାନ୍ତି। ଏ ଧାଡିରେ ଲୋକଙ୍କ ସଂଖ୍ୟା ଗୋଟିଏ ବିଭାଗରେ ଶହରୁ ହଜାରଙ୍କୁ ଧରୁଛି। ଲୋକେ ଭୋରରୁ ଏଥିପାଇଁ ଲାଇନ ଲଗାଇଥାନ୍ତି ଲାଇନ ଲଗାଇ କେତକଙ୍କର ପାଳି ନ ପଡିଲେ ସେପରି ରୋଗୀମାନେ ସେଇ ହାସପାତାଳ ପରିସରରେ ନିର୍ମିତ ହୋଇଥିବା ଆଜବେଷ୍ଟସ ଛାତ ତଳେ କେହି କେହି ବଡମେଡିକାଲ ପରିସରରେ ଥିବା ଗଛମୂଳେ ତ ହାସପାତାଳ ମଧ୍ୟ ଦେଇ ଯାଇଥିବା ବଡ ନାଳର ସ୍ଲାବ ଉପରେ ମଶା ଗହଳରେ ରାତି କାଟିଥାନ୍ତି। ଏ ହେଉଛି କଟକ ବଡ ମେଡିକାଲର ଅବସ୍ଥା। ଏ ଯେଉଁ ଗାଁ ଗହଳ ଓ ଦୂରଦୂରାନ୍ତରରୁ ରୋଗୀମାନେ ଆସୁଛନ୍ତି ସେମାନଙ୍କ ଅବସ୍ଥା ସଂପର୍କରେ ଜାଣିଲେ ଜଣେ ସାଧାରଣ ମଣିଷର ଜୀବନ ପ୍ରତି ବିତୃଷ୍ଣା ଆସିଯାଉଛି। ବହୁ ରୋଗୀ କୁହନ୍ତି, ଭଗବାନ ଏ ମଣିଷ ଜନ୍ମ ଦେଇ କାହିଁକି ଯେ ଭାଗ୍ୟରେ ଏତେ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇଛି ତାକୁ ଭାବି ଭାବି ବହୁ ରୋଗୀ ନିଜକୁ ଅସହାୟ ମନେକରି ଜୀବନ ହାରିଦେବାକୁ ଶ୍ରେୟ ମନେ କରୁଛନ୍ତି। ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ସାଥିରେ ଚାରି ପାଞ୍ଚ ବର୍ଷର ଝିଅଟିଏ ସେଦିନ ପାଳି ନପଡିବାରୁ ଡାକ୍ତରଙ୍କୁ ତା ପରଦିନ ଦେଖାଇବା ପାଇଁ ରାତିଟା ସେଇ ହାସପାତାଳ ନାଳ ଉପର ସିମେଣ୍ଟ ସ୍ଲାବ ଉପରେ ବ୍ୟାଗଟି ରଖି ମୁଣ୍ଡରେ ହାତ ଦେଇ ବସି ଲୁହ ଗଡାଉଥାନ୍ତି, ମଝିରେ ମଝିରେ ଝିଅଟିକୁ ଉଠାଇ ବିସ୍କୁଟ ଫାଳେ ଦେଇ ପାଣି ବୋତଲରୁ ପିଆଉଥାନ୍ତି ସେ ସିମେଣ୍ଟ ସ୍ଲାବ ଉପରେ ନା ବସିପାରୁଥାନ୍ତି ନା ନିଦରେ ଶୋଇ ପାରୁଥାନ୍ତି ଗାମୁଛାରେ ଅହରହ ଝିଅଟି ଉପରୁ ମଶା ଘଉଡାଉ ଥାନ୍ତି। ହାସପାତାଳରେ ଜିଲ୍ଲାପାଳଙ୍କ ପକ୍ଷରୁ ଯେଉଁ ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ ଯେଉଁ ମେ ଆଇ ହେଲ୍ପ ୟୁ ପ୍ରକୋଷ୍ଟ ଖୋଲିଛି ତାର ଜଣେ ସ୍ୱେଚ୍ଛାସେବୀ ଯାଇ ବୁଢାଟିକୁ ପଚାରିଲେ ମଉସା ଏଠି ନାଳଉପରେ ମଶାରେ କାହିଁକି ପିଲାଟିକୁ ଧରି ବସିଛ ଏଠି ଏ ଆଜବେଷ୍ଟ ଛାତ ତଳେ ପଙ୍ଖା ତଳେ ଶୋଇଯାଅ ସକାଳୁ ଯାଇ ଡାକ୍ତରଙ୍କୁ ଦେଖାଇବ। ବୁଢାଟି ଉତ୍ତର ଦେଲା ମୁଁ ବଣ ଜଙ୍ଗଲ ଅଞ୍ଚଳ କେଉଁଝର ଘସିପୁରା ଅଞ୍ଚଳରୁ ଜଣେ ସାଥି ମତେ ଏଠାକୁ ଆଣିଛି ବହୁ ବଡ ବଡ ରୋଗ ଏଠାକାର ଡାକ୍ତର ମାନେ ଔଷଧ ଦେଇ ଭଲ କରିଦିଅନ୍ତି ବୋଲି କହି ଏଠାକୁ ଦୁଇ ଦିନ ହେଲା ଆସିଛି ସେ ବି ଦିନ ମଜୁରିଆ ବଜାରରେ କାଠ ବିକି ଚଳେ, ମୁଁ ବି କାଠକାମ ଅଳ୍ପ ବହୁତ ଜାଣେ ଦୁଃଖ କଷ୍ଟେ ଆମେ ମୁଁ ମୋ ସ୍ତ୍ରୀ ଗୋଟିଏ ପୁଅ କାଠଜାଳ ଜଙ୍ଗଲରୁ ପତର ତୋଳି ସହରରେ ବିକି ଚଳିଯାଉ ଜଙ୍ଗଲ ଜମିରୁ ଆମ୍ବ, ପଣସ, ମାଣ୍ଡିଆ ଆଦି ପାଇ ଚଳିଯାଉ ଦୁଇବର୍ଷ ହେଲା ମୋ ସ୍ତ୍ରୀ ଜଙ୍ଗଲକୁ ଜାଳ ଆଣିବାକୁ ଯାଇ ସେଠାରେ ସାପ କାମୁଡାରେ ମଲା, ପୁଅ ସହରରେ ଜଣେ ଟ୍ରକ ମାଲିକ ପାଖରେ ହେଲପର ଥିଲା ଆଜକୁ ଦୁଇବର୍ଷ ହେଲା କେଉଁଆଡେ ପଳାଇଛି ତାର ସ୍ତ୍ରୀ ବି ଘରଛାଡି ପଳାଇଛି ଏଇ ଝିଅଟି ତାର ସେ ମୋପାଖରେ ରହି ଯାଇଛି ଘର ବୋଲି ଝାଟି ମାଟି ପତରରେ ଝୁପୁଡି ସେମିତି ମେଲା ପଡିଶା ଜଣେ ଦେଖୁଛି ମୋର ଅନେକ ଦିନୁ ପରିସ୍ରା ଯନ୍ତ୍ର ଖରାପ ମାଗଣାରେ ଏଠି ପରିସ୍ରା ରୋଗ ଚିକିତ୍ସା ହେଉଛି ବୋଲି ମୋର ଗାଁ ସାଥି କହି ମୋତେ ଏଠାକୁ ଆଣିଛି ଏ ଝିଅ ଜନ୍ମରୁ ଠିକ ଭାବେ ଚାଲିପାରେ ନାହିଁ ଆକୁ କାନ୍ଧରେ ବୋହି ନେଉଛି ଏ ହେଲା ମୋ ସଂସାର ବାବୁ ଭଗବାନ କାହିଁକି ଜନ୍ମ ଦେଇ ଭାଗ୍ୟରେ ଏତେ କଷ୍ଟ ଯନ୍ତ୍ରଣା ଦେଉଛନ୍ତି ଉପରକୁ ନେଇଯାଉ ନାହିଁ କାହିଁକି ? ସ୍ୱେଚ୍ଛାସେବୀ ତାଙ୍କୁ ତା ପରଦିନ ଡାକ୍ତରଙ୍କୁ ଦେଖାଇଥିଲେ ସେତେବେଳକୁ ତାଙ୍କର ଦୁଇଟି କିଡ୍ନି ନଷ୍ଟ ହୋଇଯାଇ ଥିଲା ଦିନେ ଦୁଇଦିନ ପରେ ଗାଁରେ ସବୁ ବ୍ୟବସ୍ଥା କରିଆସିବି କହି ସେ ଝିଅକୁ ସାଥିରେ ନେଇଗଲା ଦୁଇଦିନ ପରେ ତାର ଗ୍ରାମର ସାଥିଭାଇ ଡାକ୍ତରଖାନାକୁ କାଗଜ ନେଇ ଆସିବା ପରେ ସାଥି ରୋଗୀ ସଂପର୍କରେ ପଚାରିବାରୁ ଜଣା ପଡିଲା ଲୋକଟି କୂଳ କିନାରା କିଛି କାହାଠାରୁ ସାହାଯ୍ୟ ନପାଇ ଝିଅଟିକୁ ତା ମା ପାଖକୁ ପଠାଇ ଦେଇ ପାଖ ନଦୀରେ ଗାଧୋଇବାକୁ ଯାଇ ବୁଡି ମରିଗଲା ଏପରି ଅନେକ ଦୁଃଖ ଭରା ଅନେକ ଅକୁହା ସମସ୍ୟାପୂର୍ଣ୍ଣ କାହାଣୀ।
ସେହିଭଳି କ୍ୟାନସର ଇନଷ୍ଟିଚ୍ୟୁଟ ଆଚାର୍ଯ୍ୟ ହରିହର କେନ୍ଦ୍ର ପାଖରେ ସକାଳୁ ରୋଗୀଙ୍କ ଧାଡି ଲାଗିଥାଏ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଆସିଥାନ୍ତି ଅନେକ ମଧ୍ୟ ରାଜ୍ୟ ଭିତରୁ ଓ ଅନେକ ରାଜ୍ୟ ବାହାରୁ ସେଠାରୁ ଏଠାକୁ ରେଫର ହୋଇ ଆସିଥାନ୍ତି ଜଣେ ରୋଗୀ ସାଥିରେ ଅନ୍ୟୁନ୍ୟ ଦୁଇ ତିନି ଜଣ ତା ସାଥିରେ ଥାନ୍ତି। ଅଳ୍ପଦିନ ତଳେ ଜଣେ ପଚାଶ ବର୍ଷ ବୟସ ଲୋକ ଏଠାକୁ ଆସିଥାନ୍ତି ଇତି ମଧ୍ୟ୍ୟ ତାଙ୍କ ସହଧର୍ମିଣୀ ପରଲୋକ ପ୍ରାପ୍ତି ହୋଇଥାନ୍ତି, ଜମିଦାରିଆ ଲୋକ ନିଜେ କିନ୍ତୁ ବିଭିନ୍ନ କମ୍ପାନୀର ଡିଲରସିପ ନେଇଥାନ୍ତି ଭାଇ ବଂଧୁ କୁଟୁମ୍ବ ବହୁତ ଅନ୍ୟ କେଉଁଠୁ ରେଫର ହୋଇ ଆସିଥାନ୍ତି ଅତ୍ୟାଧିକ ପାନ ଓ ତମାଖୁ ଖାଇ ଜିଭ ଓ ଗାଲରେ ପାଟି ଭିତରେ ଘା, ପ୍ରଥମେ କେଇଟା ଦିନ ପାଟିରେ ଲାଇଟ ବା କେମୋ ନେଇ ଟିକେ ଭଲଥିଲେ ଦୁଇ ଚାରିଦିନ ପରେ ଜିଭ ଓ ପାଟିରେ ଘା ସବୁ ସଢିବାକୁ ଲାଗିଲା ରକ୍ତସ୍ରାବ ଘା ସବୁ ସଢିଯାଇ ଗାଲ ଗୋଟେ ପଟ କଣା ହୋଇଗଲା ଡାକ୍ତର ଦେଖି ଗଲାପରେ ବଡ ବିକଳ ହୋଇ ଯନ୍ତ୍ରଣାରେ ଅତିଷ୍ଠ ହେବାକୁ ଲାଗିଲେ ଜଣେ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସ ନାମରେ ସେ ଯାଇ ତାଙ୍କ କ୍ଷତ ସ୍ଥାନରେ ଔଷଧ ଡ୍ରେସିଂ ଆଦି କରନ୍ତି କ୍ରମେ ପାଖରୁ ସବୁ ଆତ୍ମୀୟ ବୋଲାଉଥିବା ଲୋକ ପଳାଇଲେ ଅଭିମନ୍ୟୁ ହିଁ ତାଙ୍କର ଏକମାତ୍ର ସାହା ଭରସା ହେଲେ ପ୍ରତିଦିନ ସେ ଯନ୍ତ୍ରଣା ଓ କଷ୍ଟ କଥା କହି ପ୍ରତିଦିନ ସାଥିରେ ଟିକେ ବିଷ ଆଣିବାକୁ କହିଥାନ୍ତି ଡାକ୍ତର ବି ସବୁ ଆଶା ଭରସା ଛାଡିଦେଇ ଶେଷ ମୁହୁର୍ତ୍ତକୁ ଅପେକ୍ଷା କରିଥାନ୍ତି ଦିନେ ଦୁଇଦିନ ପରେ ଅଭିମନ୍ୟୁ ଯାଇ ଡାକ୍ତର ବାବୁଙ୍କୁ କହିଲେ ସେ ରୋଗୀର ଗାଲରେ ୪ ଆଙ୍ଗୁଳି ପଶିଯିବା ଭଳି ମୋଟର ଘା ହୋଇ ଗାଲ ଜିଭ ସବୁ ଆକ୍ରାନ୍ତ ହେଲାଣି ଭଗବାନଙ୍କୁ ସେ ବିକଳ ହୋଇ ଡାକୁଛି, ପ୍ରଭୁ ମୋତେ ନେଇଯାଉନାହଁ କାହିଁକି, ନଚେତ କିଏ ଟିକେ ବିଷ ଦେଇଦିଅ ଅସହ୍ୟ ଅକଥନୀୟ ଯନ୍ତ୍ରଣା ଭାଷାରେ ତାକୁ ବର୍ଣ୍ଣନା କରିହେବ ନାହିଁ।ଦିନେ ସକାଳୁ ଅଭିମନ୍ୟୁ ସବୁ ଡ୍ରେସିଂ କରି ଓ୍ୟାର୍ଡ ବାହାରେ ବଡ ବିଷର୍ଣ୍ଣ ହୋଇ ବସିଥାନ୍ତି ଭଗବାନ ଏ ରୋଗୀଟିକୁ କାହିଁକି ନେଇଯାଉନାହାନ୍ତି। ଡ୍ରେସିଂ କଲାବେଳେ ଦେହରୁ ସବୁ ମାଂସ ଧିରେ ଧିରେ ବାହାରି ଯାଉଛି ଭଲରେ କଥାବି କହିପାରୁ ନାହିଁ ସବୁ ଅଙ୍ଗ ଅଚଳ ଭଗବାନ ଆକୁ ଆଜି ନେଇଯାଆନ୍ତୁ।ମୁଁ ଆଉ ଦେଖିପାରିବିନି କି ତାର ଦୁଃଖ ଯନ୍ତ୍ରଣା ସହିପାରିବିନି। ସବୁ ଶୁଣୁଥିବା ଜଣେ ଭାଇ କହିଲେ ଏସବୁ କଣ କାହା ହାତରେ ଅଛି, ଏ ସବୁ ଭଗବାନଙ୍କ ଲୀଳା ସେ କେଉଁଠୁ ଆସିଲା ରୋଗୀକୁ ଡାକ୍ତର ତା ଅବସ୍ଥା ଦେଖି ଔଷଧ ପତ୍ର ଚିକିତ୍ସା କଲେ ତେଣିକି ସବୁ ଉପରବାଲା ହାତରେ ସବୁ ତାର ଭାଗ୍ୟ ଭଗବାନଙ୍କ ସବୁ ଲୀଳା ତାର ପୂର୍ବ ଜନ୍ମର ଫଳ ହେଉ ବା ବର୍ତ୍ତମାନର କର୍ମର ଫଳ ହେଉ ଯେତିକି ତା ଭାଗ୍ୟରେ ଭୋଗିବାକୁ ଅଛି ଯାହା ତା ଭାଗ୍ୟରେ ଅଛି ତାକୁ ଭୋଗିବାକୁ ପଡିବ ଡାକ୍ତର ରୋଗୀକୁ ଦେଖି ଔଷଧ ଦେବେ ଓ ଚିକିତ୍ସା କରିବେ ତାଙ୍କ ହାତରେ ତାକୁ ଆୟୁଷ ଦେବାକୁ ଚେଷ୍ଟା କରିବେ ଡାକ୍ତର ତ ଭଗବାନ ନୁହନ୍ତି ସବୁ ସେ ଭଗବାନଙ୍କ ହାତରେ ସବୁ ତାଙ୍କରି ଲୀଳା ଆମେ ନିମିତ୍ତ ମାତ୍ର ! ସେହି ଭଗବାନ ବି ଲେଖିଛନ୍ତି ଆମ କପାଳରେ ଆମେ ତାଙ୍କ ସେବା ଶୁଶୃଷା କରିବୁ ସେହି ଭଗବାନ କହିଛନ୍ତି ମାନବ ସେବା – ମାଧବ ସେବା ଯଦି ଏପରି ଜଣେ ରୋଗରେ ଆକ୍ରାନ୍ତ ହେଲା ଯନ୍ତ୍ରଣା କଷ୍ଟ ପାଉଛି ଆମପରି ଲୋକେ ତାର ସେବାରେ ଲାଗିବା ଏ ସବୁ ମାନବିକତାପଣିଆ ଏ ମାନବତା ପ୍ରତ୍ୟେକଙ୍କ ପାଖରେ ଅଛି କିନ୍ତୁ କେତେଜଣ ଏପରି ହୃଦୟବାନ ବ୍ୟକ୍ତି ଅଛନ୍ତି ସେମାନେ ଏ ପ୍ରକାର ଦୁଃଖୀ, ନିସଃହାୟ ରୋଗୀଙ୍କର ସେବା କରୁଛନ୍ତି ! ଭାଇ କିଏ ସେ ଦେଖିଛି କାଲି ସକାଳ ! କିଏ କଣ ଭାବୁଛି କାଲି ସକାଳକୁ ମୋର କଣ ହେବ।ଦେଖୁଛତ ସବୁ ସଂପଦରେ, ସୁଖର ସାଥି ହେଇ ଦେଖ କେତେ ବଡଲୋକ ଆସିଲା ବେଳେ ସାଥିରେ ବହୁ ଲୋକ ବଂଧୁ, ବାନ୍ଧବ ଗଲା ବେଳକୁ କେହି ନାହିଁ ସେଇ ଅଭିମନ୍ୟୁ ନାମକ ସ୍ୱେଚ୍ଛାସେବୀ ତାଙ୍କୁ ଶ୍ମଶାନକୁ ନେଇ ତାର ସଂସ୍କାର କଲେ କିଏ କାହାର ଏ ସଂସାରରେ, ତେବେ ତା ନୁହେଁ ରୋଗୀ ଅସହାୟ, ନିଃସହାୟ ଦୁଃଖୀ ଏମାନଙ୍କୁ ସାହାଯ୍ୟ ସେବା କରିବା ନିହାତି ଆବଶ୍ୟକ। ଏପରି କାର୍ଯ୍ୟରେ ଭଗବାନ ହିଁ ଏହି ସାହାଯ୍ୟକାରୀଙ୍କ ପ୍ରତି ସହାୟ ହୋଇଥାନ୍ତି ଏହା ବେଦ ପୁରାଣ ବର୍ଣ୍ଣିତ ଓ ବହୁ ପରିକ୍ଷିତ ମାନବସେବା ହିଁ ମାଧବସେବା ଏପରି ମାନବିକତା ମାନବତା ସମସ୍ତଙ୍କ ମଧ୍ୟରେ ଅଛି ବର୍ତ୍ତମାନ ଆମ ବର୍ଦ୍ଧିତ ଯୁବ ସମାଜ ଏ ସବୁ କାର୍ଯ୍ୟରେ ଆଗେଇ ଆସିବା ଉଚିତ ସବୁ କଥାରେ ସରକାରଙ୍କ ହାତକୁ ଚାହିଁ ବସିବା ଉଚିତ ନୁହେଁ ସରକାର ହିଁ ଜନସାଧାରଣ ସାଧାରଣ ଏ ପ୍ରକାର କାର୍ଯ୍ୟରେ ଆଗେଇଲେ ସରକାର ବାଧ୍ୟ ହୋଇ ଏଥିରେ ଯୋଜନା ବା କାର୍ଯ୍ୟକ୍ରମ ଗ୍ରହଣ କରିବେ ତଥାପି ଆମ ସମାଜରେ ଏପରି ଲୋକଙ୍କର ଅଭାବ ନାହିଁ ବହୁ ସ୍ୱେଚ୍ଛାସେବୀ ସମାଜସେବୀ ଏ କାମ କରୁଛନ୍ତି ସେମାନେ ଆମର ନମସ୍ୟ। କିନ୍ତୁ ନିଃସ୍ୱାର୍ଥପର ଅର୍ଥ ଲୋଭୀଙ୍କ ସଂଖ୍ୟା ବହୁ କମ। ଯୁବ ଗୋଷ୍ଠୀ ଆଗଭର ହେଲେ ଏଥିରେ ପୂର୍ଣ୍ଣଛେଦ ପଡିବ। ଏପରି ବହୁଲୋକ ପ୍ରତିଦିନ ଆମ କଟକ ବଡମେଡିକାଲ ଓ କ୍ୟାନସର ପ୍ରତିଷ୍ଠାନକୁ ଆସିଥାନ୍ତି କେହିଜଣେ ସେମାନଙ୍କ ସହିତ ମିଶି ତାଙ୍କ ହୃଦୟର ଏ ଅକୁହା କଥା ସଂଗ୍ରହ କରି ତାର ପ୍ରତିକାର କରିବା ପାଇଁ ଉଦ୍ୟମ କରନ୍ତେ ତେବେ ଅନେକ ଉପକୃତ ହୋଇପାରନ୍ତେ ଏଥିରେ ଅନ୍ୟମାନେ ବି ସାହାଯ୍ୟର ହାତ ବଢାନ୍ତେ।
ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮