Home ଜିଲ୍ଲା ପରିକ୍ରମା କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ପାଇଁ ବିଏମ୍‌ଏସ୍‌ର ପ୍ରସ୍ତୁତି ବୈଠକ

କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ପାଇଁ ବିଏମ୍‌ଏସ୍‌ର ପ୍ରସ୍ତୁତି ବୈଠକ

54

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ସରକାରଙ୍କ ଶ୍ରମ ଆଇନକୁ ବିରୋଧ କରି ଆଗାମୀ ୨୮ ତାରିଖ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିମନ୍ତେ ଦିଆଯାଇଥିବା ଡାକରାକୁ ସଫଳ କରିବା ପାଇଁ ଭାରତୀୟ ମଜଦୁର ସଂଘର ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟ ମାଳତୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ଜିଲ୍ଲା ଉପସଭାପତି ମନୋଜ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର ଯୋଗ ଦେଇ କେନ୍ଦ୍ର ସରକାର ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଶ୍ରମ କୋର୍ଡ ଅନ୍ତର୍ଭୁକ୍ତ କରି ଶ୍ରମ ଆଇନ ପରିସରଭୁକ୍ତ କରିବା, ଶ୍ରମ କୋର୍ଡରେ ବୋନସ ନିୟମର ଯଥାସ୍ଥିତ ପ୍ରବର୍ତ୍ତନ କରିବା, ଶ୍ରମ କୋର୍ଡରେ ଷ୍ଟାଣ୍ଡିଂ ଅର୍ଡରର ପୂର୍ବ ନିୟମ ବଜାୟ ରଖିବା, ଫିକ୍ସ ଟର୍ମ ଏମ୍ପେ୍ଲାୟମେଣ୍ଟକୁ ବାତିଲ କରିବା, ନିର୍ମାଣ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖର୍ଚ୍ଚ ଉପରେ ଶେସ୍ ଲାଗୁ କରିବା, ଶ୍ରମ କୋର୍ଡରେ ଷ୍ଟ୍ରାଇକ୍ ଅଧିକାରକୁ ସଂକୋଚିତ ନ କରିବା, ଶିଳ୍ପ ପ୍ରତିଷ୍ଠାନ ଓ ଖଣି ବନ୍ଦ ଅଧିନିୟମକୁ ପରିବର୍ତ୍ତନ ନ କରିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏଥିନେଇ ଆଗାମୀ ୨୮ ଅକ୍ଟୋବର ଭାରତ ବର୍ଷର ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ଅନ୍ୟନ୍ୟ ଶ୍ରମଭିତ୍ତିକ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଭଦ୍ରକ ଜିଳ୍ଲାରେ ଥିବା ଧାମରା ବନ୍ଦର, ଧାମରା ରେଲୱେ, ଉତ୍କଳ ଫ୍ଲୋର୍ ମିଲ୍‌, ଫେକର ଚାର୍ଜକ୍ରୋମ୍ ପ୍ଲାଣ୍ଟ ଓ ପାୱାଲ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ କାର୍ଯ୍ୟ ବନ୍ଦ ରଖିବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ। ଏହି ବୈଠକରେ ବିଏମ୍‌ଏସ୍‌ର ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ସହସମ୍ପାଦକ ବସନ୍ତ ରାଉତ, କୋଷାଧ୍ୟକ୍ଷ ବାଇଧର ସେନାପତି, ସଦସ୍ୟ ଚନ୍ଦ୍ରଶେଖର ଜେନା, ବିଜୟ ପ୍ରତାପ ଜେନା, ପ୍ରଫୁଲ୍ଲ ସେଠୀ, ପ୍ରକାଶ ପାତ୍ର, କମଳାକାନ୍ତ ସାହୁ, ନିର୍ମଳ ବେହେରା, ଉଦୟ ବେହେରା, ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.