ବରଗଡ଼,୨୬/୧୦,(ଓଡ଼ିଆ ପୁଅ ପି ନାଏକ): କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଡାକ୍ତର । ନିଜ କାର୍ଯ୍ୟ ରେ ଅବହେଳା ପାଇଁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଭିମ ସାହୁଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ଏବେ ଡାକ୍ତରଖାନାର ଅନ୍ୟ ଡାକ୍ତର ଏବଂ କର୍ମଚାରୀମାନେ ବିଭାଗୀୟ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ ଆଉ ଆମକୁ ବି ଚାକିରିରୁ ନିଲମ୍ବନ କରାଯାଉ । ଯାହା ପ୍ରକୃତରେ ଯୁକ୍ତିସାଭ୍ୟ ନୁହେଁ । ଏମାନଙ୍କର ଏପରି ଦିଦି ଏକ ପ୍ରକାର ବ୍ଲାକମେଲିଂ ବୋଲି ସାଧାରଣରେ କୁହାଯାଉଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ତାରିଖରେ ପରିବାର ନିୟୋଜନ ପାଇଁ ୭୦ ରୁ ୮୦ ମହିଳାଙ୍କୁ ଆନେସ୍ଥେସିଆ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ୩୦ ଜଣଙ୍କର ଅପରେସନ କରାଯାଇଥିଲା । ବାକି ୫୦ ଜଣଙ୍କ ଅପରେସନ ନ କରି ଘରକୁ ଫେରାଇ ଦିଆଯାଇଥିଲା ।ପରେ ଏହି ଖବର ମିଳିବା ପରେ ଭିମ ସାହୁଙ୍କୁ ନିଲମ୍ବନ କରାଯାଇଥିଲା ।