Home ଜିଲ୍ଲା ପରିକ୍ରମା କାରୁଆସାହିରେ ଗୁଳି ଫୁଟାଇଥିବା ଯୁବକ ଥାନାରେ ଅଟକ

କାରୁଆସାହିରେ ଗୁଳି ଫୁଟାଇଥିବା ଯୁବକ ଥାନାରେ ଅଟକ

35

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନସ୍ଥ ମୀରମହଲା କାରୁଆସାହିରେ ଫାଙ୍କା ଗୁଳିଚାଳନା ହୋଇଛି । ଗୁଳି ଶବ୍ଦ ଶୁଣି ସାହି ଲୋକେ ଭୟଭୀତ ହୋଇ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ôଚ ଗୁଳି ଫୁଟାଇଥିବା ଯୁବକକୁ କାବୁ କରି ଥାନାକୁ ଆଣିଛି । ଯୁବକ ବାସୁଦେବପୁର ଥାନା ଶବରପୁର ଅଂଚଳର ସେକ୍ ରିଆରୁଦ୍ଦିନ୍ ବୋଲି ଜଣାପଡିଛି । ଏଠାରେ ତାର ମାମୁଁଘର ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବହୁ ସମୟରେ ସେ ଏଠାକୁ ଆସିଥାଏ ବୋଲି ଲୋକେ କହିଛନ୍ତି । ସନ୍ଧ୍ୟାରେ ସେ ବାଇକରେ ଦ୍ରୁତ ଗତିରେ ଆସି ଏଠାରେ ପହଞ୍ôଚବା ପରେ ଏକ ଦେଶୀ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲା । ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ପୁରୁଣାବଜାର ଥାନା ଅଧିକାରୀ କରୁଣାକର ରାଉତ ଉକ୍ତ ଯୁବକକୁ ପଚରାଉଚୁରା କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.