Home ଜିଲ୍ଲା ପରିକ୍ରମା କାରଗିଲ ବିଜୟ ଦିବସରେ ବେଳାଭୂମି ସଫେଇ

କାରଗିଲ ବିଜୟ ଦିବସରେ ବେଳାଭୂମି ସଫେଇ

82

ବାଲେଶ୍ୱର, ୨୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): କାରଗିଲ ବିଜୟ ଦିବସ ପାଳନ ଅବସରରେ ସହିଦ୍ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ କଲେଜ୍ ଛାତ୍ରଛାତ୍ରୀମାନେ ଆଜି ଚାନ୍ଦିପୁର ବେଳାଭୂମି ସଫେଇ କରିଛନ୍ତି। ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଶିବଶଙ୍କର ପରିଡ଼ା, କମଳଲୋଚନ ମୈକାପ, ପ୍ରଦୀପ ମାରାଣ୍ଡି, ନୀଳାଦ୍ରି ନିବାସିନୀ ଦାସ, ଏସବି ସିମରନ୍‌, ଶଙ୍କରନାଥ ଟୁଡୁ, ସୁବାସ ଚନ୍ଦ୍ର ଗିରି, ରାକେଶ ବାରିରକ, କିରଣମୟୀ ଜେନା, ବିପିନ ଟୁଡୁ, ସୁମତୀ ସିଂ, ଜଗନ୍ନାଥ ମାରାଣ୍ଡି ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବେଳାଭୂମିରେ ପହଞ୍ଚି ନିରବ ପ୍ରାର୍ଥନା ସହ ଦିବଂଗତ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସେମାନେ ପାନ୍ଥ ନିବାସ ପାର୍ଶ୍ୱ ଓ ସମୁଦ୍ରକୂଳକୁ ପରିଷ୍କାର କରିଥିଲେ। ଦୀର୍ଘଦିନରୁ ପଡ଼ିଥିବା ଅଳିଆ ବାର୍ଜନାକୁ ସଫା କରିବା ସହ ତାହାକୁ ଗୋଟିଏ ସ୍ଥାନରେ ଠୁଳ କରି ପୋଡ଼ିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.