Home ଜିଲ୍ଲା ପରିକ୍ରମା କାନ୍ତ ଜୟନ୍ତୀରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପୁସ୍ତକ ଲୋକାର୍ପିତ

କାନ୍ତ ଜୟନ୍ତୀରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପୁସ୍ତକ ଲୋକାର୍ପିତ

21

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଐତିହ୍ୟ, ପରମ୍ପରାର ପ୍ରଣମ୍ୟ ପ୍ରତିଭାଧର ତଥା ପ୍ରାତଃ ସ୍ମରଣୀୟ ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ହେଉଛନ୍ତି ବନ୍ଦେ ଉତ୍କଳ ଜନନୀର ଉଦ୍‌ଗାତା । ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କର ପ୍ରଣମ୍ୟ ପୁରୁଷ କାନ୍ତକବିଙ୍କୁ ନେଇ ଓଡ଼ିଆଜାତି ଆଜି ଗର୍ବ କରୁଛି । ଭଦ୍ରକ ମାଟିର ଯଶସ୍ୱୀ ପୁରୁଷ ଉତ୍କଳ ଭୂମିଭୂମାର ଗର୍ବ ଗୌରବ । ତାଙ୍କୁ ଏ ଜାତି କେବେବି ଭୂଲି ପାରିବ ନାହିଁ ବୋଲି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର’ ପୁସ୍ତକ ଲୋକାର୍ପଣ କରି କହିଥିଲେ । ତ୍ୟାଗଭୂମି ମହୋତ୍ସବର ସଭାପତି ତଥା ସମାଜସେବୀ ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀମତୀ ମଣ୍ଡଳ ବହୁଦିନରୁ ପ୍ରତିକ୍ଷିତ ଭଦ୍ରକ ବାଇପାସରେ ନବ ନିର୍ମିତ ଭବ୍ୟ ସୁଉଚ୍ଚ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାହିତ୍ୟ ଏବଂ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିବା ପୂର୍ବକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଡାକଟିକଟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରି କାନ୍ତକବିଙ୍କ ଐତିହ୍ୟକୁ ଭୁରିଭୁରି ପ୍ରଶଂସା କରିବା ସହିତ ଭଦ୍ରକ ମାଟିର ଗୌରବ ଗାଥା ବ୍ୟକ୍ତ କରି ଏ ମାଟିର ବିରଳ ପ୍ରତିଭା ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସାହିତ୍ୟ ସୃଷ୍ଟିକୁ ଭୂୟସୀ ପ୍ରଶଂସା କରିଥିଲେ ।

ଭଦ୍ରକର ମାନ୍ୟବର ବିଧାୟକ ତଥା ସମାଜସେବୀ ସଂଜୀବ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ଭଦ୍ରକ ମାଟି ଆଜି ଗର୍ବିତ । ଭଦ୍ରକବାସୀଙ୍କ ଦାବୀ ପୂରଣ ହୋଇଛି, ରାଜ୍ୟ ସରକାରଙ୍କ ଦ୍ୱାରା ୧୦ ଫୁଟ ଉଚ୍ଚତା ବିଶିଷ୍ଟ କାନ୍ତକବିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବ୍ରୋଞ୍ଜରେ ନିର୍ମିତ ହୋଇଛି । ରାଜନେତା ତଥା ସମାଜସେବୀ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ କାନ୍ତକବିଙ୍କ ଜାତୀୟତାବୋଧ, ଅମର କୃତି, କୀର୍ତ୍ତି ଏବଂ ସାହିତ୍ୟ ସାଧନାକୁ ଏ ଜାତି କେବେବି ଭୁଲିପାରିବ ନାହିଁ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ଆମ ଏହି ମାଟି ଆଜି ଗର୍ବିତ । ଏହି ମହାନ କବିଙ୍କ ଜନ୍ମ ଦିବସରେ ଦଶ ଫୁଟ ଉଚ୍ଚତା ବିଶିଷ୍ଟ କାନ୍ତକବିଙ୍କ ବ୍ରୋଞ୍ଜରେ ନିର୍ମିତ ପୂର୍ଣ୍ଣ ଆବୟବ ପ୍ରତିମୂର୍ତ୍ତି ଅନାବରଣ, ତାଙ୍କ ଉପରେ ସାଂସଦଙ୍କ ପ୍ରଚେଷ୍ଟାରେ ଡାକଟିକଟ ଉନ୍ମୋଚିତ ସାଂଗକୁ ଓଡ଼ିଶାର ପ୍ରତିଷ୍ଠିତ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ ହେବା ନିଶ୍ଚିତ ଭାବେ ଗର୍ବ କରିବାର କଥା । ଏହି ଲୋକାର୍ପଣ ସଭାରେ ଭଦ୍ରକ ଏଡିଏମ ରାମଦାସ ଟୁଡୁ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଶୈଳେନ୍ଦ୍ର ନାରାୟଣ ମହାପାତ୍ର, ଇଂ ଅଭୟ ସୂତାର, ଲଲାଟେନ୍ଦୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ନୀହାର ରଂଜନ କର ଅତିଥି ପରିଚୟ ଏବଂ ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ଗୋବର୍ଦ୍ଧନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.