Home ଜିଲ୍ଲା ପରିକ୍ରମା କାନ୍ତ କୁଟିର, କାନ୍ତ ସମାଧି ପୀଠର ହେବ ଉନ୍ନତୀକରଣ, ସମୀକ୍ଷା କଲେ ପୂର୍ବତନ ବିଧାୟକ ଓ...

କାନ୍ତ କୁଟିର, କାନ୍ତ ସମାଧି ପୀଠର ହେବ ଉନ୍ନତୀକରଣ, ସମୀକ୍ଷା କଲେ ପୂର୍ବତନ ବିଧାୟକ ଓ ବିଡିଓ

27

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ତାଳପଦା ଗ୍ରାମ ସ୍ଥିତ କାନ୍ତକବିଙ୍କ ଜନ୍ମପୀଠର ଉନ୍ନତିକରଣ ହେବ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଉନ୍ନତିକରଣ କାର୍ଯ୍ୟର ମଙ୍ଗଳବାର ସମୀକ୍ଷା କରାଯାଇଛି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ଟେକଚାନ୍ଦ କାଲୋ ଓ ସୁକାନ୍ତ ମିଶ୍ର ଏହି ଉନ୍ନତିକାରଣ ସମ୍ପର୍କରେ ସମୀକ୍ଷା କରିଥିଲେ । ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ପୀଠରେ କାନ୍ତ କୁଟିର ନିର୍ମାଣ, କୁଟିର ଠାରୁ ସମାଧୀ ପୀଠ ଯାଏ ରାସ୍ତାର ଉନ୍ନତିକରଣ ସହ ଆଲୋକୀକରଣ, କାନ୍ତକବି ମଞ୍ଚର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହିସବୁ କାର୍ଯ୍ୟ ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାନ୍ତକବି ସ୍ମୃତି କମିଟିର ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ବାଣୀକଲ୍ୟାଣ ମହାପାତ୍ର, ସରପଞ୍ଚ ଜୟଶ୍ରୀ ବେହେରା, କନିଷ୍ଠ ଯନ୍ତ୍ରୀ ଅଲେଖ ତିର୍କୀ, ପୂର୍ବତନ ସରପଞ୍ଚ ରଘୁନାଥ ମଲିକ, ଯତିନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.