Home ଜିଲ୍ଲା ପରିକ୍ରମା କାନ୍ତକବି ଥିଲେ ଗ୍ରାମ୍ୟ ସଂସ୍କୃତିର ବୈତାଳିକ, ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କାନ୍ତକବିଙ୍କ ୧୩୬...

କାନ୍ତକବି ଥିଲେ ଗ୍ରାମ୍ୟ ସଂସ୍କୃତିର ବୈତାଳିକ, ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କାନ୍ତକବିଙ୍କ ୧୩୬ ତମ ଜୟନ୍ତୀ ପାଳିତ

27

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉଭୟ ବିଷାଦ ଓ ଆଶାବାଦର କବି । ଜାତୀୟ ଦୁର୍ଗତିର ମର୍ମସ୍ପର୍ଶୀ ଉଚ୍ଚାରଣ ତାଙ୍କ ସଂଗୀତକୁ କାଳଜୟୀ ପଦବାଚ୍ୟ କରିଛି । ତାଙ୍କ କବିତା, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସରେ ଗ୍ରାମ୍ୟ ସଂସ୍କୃତିର ଅଭ୍ୟୁଦୟ ଓ ଉଦାର ମାନବୀୟ ଭାବବୋଧ ପରିଲକ୍ଷିତ । ଭାଷା ଓ ସାହିତ୍ୟର ଉଚ୍ଚାରଣ କ୍ଷେତ୍ରରେ କାନ୍ତକବି ଥିଲେ ଗ୍ରାମ୍ୟ ସଂସ୍କୃତିର ବୈତାଳିକ ବୋଲି ଅଗ୍ରଣୀ ସାହିତ୍ୟ ସଂଗଠନ ‘ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ’ ପକ୍ଷରୁ ତିହିଡି ସୈନିକ ସ୍କୁଲ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କବି କୃପାସିନ୍ଧୁ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମି ସଭାପତି ଅଜୟ ନାୟକ ଯୋଗଦେଇ କେବଳ ବନ୍ଦେ ଉତ୍କଳ ଜନନୀ ନୁହେଁ, ବଂଗଳାରେ ରବୀନ୍ଦ୍ର ସଂଗୀତ ପରି ଓଡିଶାରେ କାନ୍ତସଂଗୀତ ସର୍ବତ୍ର ଗାନହେବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କାନ୍ତକବିଙ୍କ ସାରସ୍ୱତ ସମ୍ପଦର ବହୁବିଧ ଦିଗ ଉପରେ ଆଲୋଚନା କରିଥିଲେ ।

ମଞ୍ଚର ଉପଦେଷ୍ଟା ଡକ୍ଟର ବିଶ୍ୱରଂଜନ ଦାସ କାନ୍ତକବିଙ୍କ କବିତାରେ ବୈଷ୍ଣବ ଚେତନା ଉପରେ ଆଲୋକପାତ କରିଥିଲେ । ଯୁବକବି ନିରଞ୍ଜନ ବାରିକ୍ ମଞ୍ଚଆହ୍ୱାନ କରିଥିବା ବେଳେ ଆଇନଜୀବୀ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଯୁବକବି ମନୋଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବିପ୍ଳବ ରଞ୍ଜନ ପତି, ପି :ହୃଷୀକେଶ, ରବିକୁମାର ମହାନ୍ତି, ମନୋରଞ୍ଜନ ମୁଦୁଲି, ବିଚିତ୍ରାନନ୍ଦ ଜେନା, ଜ୍ୟୋତିକୃଷ୍ଣ ସାମଲ, ପତିତପାବନ ପାଣି, ସଂଗ୍ରାମ ସେନାପତି, ମାନସ ପଣ୍ଡା, ମୁକୁନ୍ଦଦେବ ନାୟକ, ଆଶୁତୋଷ କରଣ, ମୁକ୍ତିକାନ୍ତ ନାୟକ, ନିର୍ମଳଚନ୍ଦ୍ର ଦଳାଇ, ସୁଧାରଞ୍ଜନ ମହାନ୍ତ, ପ୍ରଫୁଲ୍ଲ ପାଢ଼ୀ, ରୀନାରାଣୀ ପାତ୍ର, ରୁବିଲତା ଦାସ, ବୈକୁଣ୍ଠନାଥ ଓଝା, ପୀତାମ୍ୱର ସେଠୀ, ନିତ୍ୟାନନ୍ଦ ମଲ୍ଲିକ, ରଞ୍ଜନ ନାୟକ, ପ୍ରଦୀପ ମହାନ୍ତି, ବାବୁରାମ ରାଉତ, ଶଶୀକାନ୍ତ ବେହେରା, ଅବୁଦୁଲ ଦୟାନ, ରତିକାନ୍ତ ଦାସ, ମୁସ୍ତାକ ଗହ୍ୱର ପ୍ରମୁଖ କବିତାପାଠ କରିଥିଲେ । ସଦସ୍ୟ ତପନ ହାତୀ, ସୁବ୍ରତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଯୋଜକ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.