Home ଜିଲ୍ଲା ପରିକ୍ରମା କଳିଙ୍ଗ କଳାକାର ସଂଘର ଉପଦେଷ୍ଟା ବରିଷ୍ଠ ପାଲା ଗାୟକ ଗଣେଶ ଦାସ ସମ୍ବର୍ଦ୍ଧିତ

କଳିଙ୍ଗ କଳାକାର ସଂଘର ଉପଦେଷ୍ଟା ବରିଷ୍ଠ ପାଲା ଗାୟକ ଗଣେଶ ଦାସ ସମ୍ବର୍ଦ୍ଧିତ

28

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ଉପଦେଷ୍ଟା ବରିଷ୍ଠ ପାଲା ଗାୟକ ଗଣେଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗୁରୁବାର ଅପରାହ୍ନରେ ଚାନ୍ଦବାଲି ଉଗ୍ରତରା ନଣ୍ଡାବାବାଙ୍କ ଆଶ୍ରମ ପରିସରରେ ଓଡ଼ିଶା ଶ୍ରୀନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଆନୁକୂଲ୍ୟରେ ବାଲେଶ୍ୱର-ଭଦ୍ରକ ଜିଲା ପାଲା ଗାୟକ ପରିଷଦ ଶାଖା ଓ ଚାନ୍ଦବାଲି ମା’ ଦକ୍ଷିଣେଶ୍ୱରୀ କାଳିକା ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀରେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲା କଳା ସଂସ୍କୃତି ପରିଷଦର ଉପସଭାପତି ପାଲା ଗାୟକ ତ୍ରିଲୋଚନ ପଣ୍ଡା ପୌରୋହିତ୍ୟ କରିଥିଲେ ।

ସଭାରେ ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ଶୀର୍କା, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର-ଭଦ୍ରକ ପାଲା ଗାୟକ ପରିଷଦର ସଭାପତି ଗାୟକ ଡ. ବିଭୂଷଣ ରାଜକିଶୋର ନାୟକ, ସମ୍ପାଦକ ଗାୟକଲାସ୍ୟ ଚନ୍ଦ୍ରଶେଖର ପାଢ଼ୀ, ସହସମ୍ପାଦକ ଗାୟକ ନିଶାକର ନବକୁମାର ଲେଙ୍କା, ସମ୍ପାଦକ ଗାୟକ ଅକ୍ଷୟ କୁମାର ନାୟକ, ଭଣ୍ଡାରିପୋଖରୀ ବ୍ଲକ ଉପସଭାପତି ଗାୟକ ରବିନ୍ଦ୍ର କୁମାର ଜେନା, ବାସୁଦେବପୁର ବ୍ଲକ ଉପସଭାପତି ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇ ପାଲା ଲୋକକଳା ମଧ୍ୟରେ ସର୍ବୋତ୍ତମ କଳା ଭାବେ ପରିଗଣିତ ବୋଲି କହିଥିଲେ । ଅତିଥିମାନେ ଗାୟକ ଶ୍ରୀ ଦାସଙ୍କ ସହିତ ଅନ୍ୟ ପାଲା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ବହୁ କଳାକାର ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ଦାସଙ୍କ ଗ୍ରାମ ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ସାଟିଉଟି ଗ୍ରାମରେ । ସେ ଦୀର୍ଘଦିନ ହେବ ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଲା ପରିବେଷଣ କରି ଲୋକପ୍ରିୟତା ହାସଲ କରିଥିବା ବେଳେ ବିଭିନ୍ନ ଟିଭି ଚ୍ୟାନାଲରେ ମଧ୍ୟ ବାଦିପାଲାରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.