Home ଜିଲ୍ଲା ପରିକ୍ରମା କଳିଙ୍ଗନଗର ଗୁଳିକାଣ୍ଡରେ ନିହତ ଆବଦିବାସୀଙ୍କ ଶ୍ରଦ୍ଧାଞ୍ଜଳି

କଳିଙ୍ଗନଗର ଗୁଳିକାଣ୍ଡରେ ନିହତ ଆବଦିବାସୀଙ୍କ ଶ୍ରଦ୍ଧାଞ୍ଜଳି

11

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଯାଜପୁର ଜିଲ୍ଲା କଳିଙ୍ଗ ନଗରଠାରେ ପୁଲିସ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ୧୩ଜଣ ନୀରିହ ଆଦିବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଆଜି ସନ୍ଧ୍ୟାରେ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଶତାଧିକ କଂଗ୍ରେସ କର୍ମୀ, ସମର୍ଥକ ହାତରେ କ୍ୟାଣ୍ଡେଲ ଧରି ନିରବ ଶୋଭଯାତ୍ରାରେ ଭଦ୍ରକ ଟାଉନ୍‌ହଲ ଛକରେ ପହଞ୍ôଚଥିôଲେ । ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶ୍ରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ସେ ତାଙ୍କ ବକ୍ତବ୍ୟରେ ରାଜ୍ୟର ବିଜେଡ଼ି ସରକାର ୨୦୦୬ ମସିହାରେ ବିଜେପି ସହ ମେଣ୍ଟ କରି ଶାସନ କରୁôଥବା ବେଳେ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ନୀରିହ ଆଦିବାସୀଙ୍କୁ ପୁଲିସ ଦ୍ୱାରା ଗୁଳି କରି ହତ୍ୟା କରିଥିଲା । ଏପରିକି ସେମାନଙ୍କ ହାତର ଆଙ୍ଗୁଠିକୁ କାଟିବା ଭଳି ବର୍ବର କାଣ୍ଡ କରିବା ମେଣ୍ଟ ସରକାର ପଛାଇ ନଥିଲା । ହକ୍ ପାଇଁ ଲଢ଼େଇ କରୁଥିବା ଆଦିବାସୀମାନେ ଆଜି ଯାଏଁ ନ୍ୟାୟ ପାଇ ପାରିଲେ ନାହିଁ । ଏହି ଘଟଣାର ପ୍ରତିବାଦ ଓ ମୃତକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଆଜି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଅବ୍‌ଦୁଲ ମୁକିତ ଖାଁ, ରାଜନ ଲାହା, ପାରିଷଦ ତନ୍‌ବୀର ଖାଁ, ଜାହିଦ୍ ସାହା, ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଏସ୍‌ସି ସେଲ୍ ସଭାପତି ରଂଜନ ଜେନା, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ବିଜୟ ବାରିକ, ଟୋନୀ ଅଲି, ଅବ୍‌ଦୁଲ ସଲାମ, ମନୋଜ ମଲ୍ଲିକ, ସେକ୍ ଅଫ୍‌ଜଲ୍ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.