ତାଳଚେର,୧୪/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତରେ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରର ସଦସ୍ୟତା ଭିତିରେ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯାଇଥିଲା । କଳମଛୁଇଁ ବଡଠାକୁର ଘର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୮୧ଜଣଙ୍କୁ ମଶାରୀ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀ ସ୍ୱର୍ଣ୍ଣଲତା ଭୋଇ,ସୁଜାତା ନନ୍ଦ,ଆଶାକର୍ମୀ ଟିକିନା ବେହେରା,ସବିତାରାଣୀ ପ୍ରଧାନ,କୁମୁଦିନୀ ଦାସଙ୍କ ସହ ସ୍ୱେଚ୍ଛାସେବୀ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପର୍ଯ୍ୟାୟ କ୍ରମେ ପଂଚାୟତର ସମସ୍ତ ପରିବାରକୁ ଔଷଧୀୟ ମଶାରୀ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ୍ୟକର୍ମୀ ସ୍ୱର୍ଣ୍ଣଲତା ଭୋଇ ପ୍ରକାଶ କରିଥିଲେ ।