ତିର୍ତ୍ତୋଲ ୧୭/୮ ତିର୍ତ୍ତୋଲ ୧୪ ଅଗଷ୍ଟ (ଓଡ଼ିଆ ପୁଅ/ଟୁକନ ସେଠୀ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ସାନସାରୋଳ ଗ୍ରାମର ପ୍ଲଟ ନଂ ୩୬୮ରେ ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ ଅନିଦାନ ଟଙ୍କା୩୫ ଲକ୍ଷ ବିନିଯୋଗରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏଥିରେ ବ୍ୟପକ ଅନିୟମିତତା ନେଇ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପରେ ଆଠୋଟି ପିଲାର ଏକଫୁଟ ଆଠଇଞ୍ଚ ଡିଜାଇନ ଅନୁସାରେ ୧୬ ଏମ୍ ଏମ୍ ରଡ ୧୨ ଗୋଟି ଦିଆଯିବା କଥା, ଅପରପକ୍ଷରେ ଏଥିରେ ୧୨ଟି ରଡ ବଦଳରେ ୬ଟି ଦିଆଯାଇଛି। ପିଲାର ୧ ଫୁଟ ୮ ଇଞ୍ଚ ବଦଳରେ ୧ ଫୁଟ୍ ୩ଇଞ୍ଚ କରାଯାଇଛି। ଏଥି ସହିତ ପାଇଲ କ୍ୟାପ୍ ମଧ୍ୟ ଠିକ୍ ଭାବରେ କରାଯାଇନାହିଁ ଉପରୋକ୍ତ ୩୫ ଲକ୍ଷଟଙ୍କାକୁ ଛାଡି ୨୦୧୯ – ୨ ରାଜ୍ୟ ଚତୁର୍ଥ ଅର୍ଥ ଆୟୋଗର ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଆଇନ ଅନୁସରେ ସୂଚନା ମିଳିଛି। ଏହାର ଫାଉଣ୍ଡେସନ୍ ମଧ୍ୟ ସଠିକ୍ ଭାବେ ନିର୍ମାଣ କରାଯାଇନାହିଁ ଏଭଳି ନିମ୍ନ ମାନର କଲ୍ୟାଣ ମଣ୍ଡପରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ କଲାବେଳେ ଦୂର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟାଦେଶ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ନାୟକ, ଜି.ପି.ଟିଏ ସୁଜିତ ମହାପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ବେଉରାଙ୍କ ଦ୍ୱାରା ସଂପୂର୍ଣ୍ଣ କରାଯାଇଥିଲା। ବୈଶୟିକ କମିଟ ଦ୍ୱାରା ତଦନ୍ତ କରାଯାଇ ଦୁର୍ନିତ ଯୁକ୍ତ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରଶ୍ମି ରଞ୍ଜନ ଦାଶ, ଅରକ୍ଷିତ ସେଠୀ, ଶରତ ଚନ୍ଦ୍ର ଓଝା, ପ୍ରଭାତ କୁମାର ସ୍ୱାଇଁ, ଉପେନ୍ଦ୍ର ଓଝା, ମାନସ ମଲ୍ଲିକ, ସରୋଜ ଲେଙ୍କା, ଲୋକନାଥ ପ୍ରଧାନ, ଆଶିଷ ସ୍ୱାଇଁ, ଦେବଦତ୍ତ ନାୟକ, ବଳରାମ ସେଠୀ, ପ୍ରଶାନ୍ତ କୁମାର ଦାସ, ବିରେନ୍ଦ୍ର ବିଶ୍ୱାଳ, ପ୍ରଦୀପ୍ତ ଦାସ ପ୍ରମୁଖ ଦାବି କରିଛନ୍ତି।