Home ଓଡ଼ିଶା କରୋନା ସଂକ୍ରମଣ ଆଶଙ୍କା କରି ଯୁଦ୍ଧ ଘୋଷଣା କଲେ ଗ୍ରାମବାସୀ: ଗାଁର ପ୍ରବେଶ ପଥସିଲ

କରୋନା ସଂକ୍ରମଣ ଆଶଙ୍କା କରି ଯୁଦ୍ଧ ଘୋଷଣା କଲେ ଗ୍ରାମବାସୀ: ଗାଁର ପ୍ରବେଶ ପଥସିଲ

204

ବାଲିଗୁଡା,୧-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରାବିଶ୍ବରେ ଭୟାଭହ କରୋନାର ଆତଙ୍କ ଖେଳିଯାଇଥିବା ବେଳେ ଏହାକୁ ଯୁଦ୍ଧ ଘୋଷଣା କରି ପ୍ରବେଶ ପଥ ସିଲ କଲେ ଗ୍ରାମବାସୀ, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଆଡ଼ିମାହା ପଞ୍ଚାୟତ ର ପାଟାମାହା ଗ୍ରାମବାସୀ ଗାଁ ମୁଣ୍ଡ ବା ପ୍ରବେଶ ପଥ ସିଲ କରିଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକେ ଅଧିକ ସଚେତନ ଥିବା ପରିଲକ୍ଷିତ ହେଉଛି।ସେହିପରି ବାଲିଗୁଡା ଓ କ ନୂଆଗାଁ ବ୍ଳକର ଉପାନ୍ତ ଅଞ୍ଚଳରେ ମଧ୍ୟ ବାହାର ଲୋକଙ୍କୁ ଗାଁକୁ ଛାଡୁନାହାନ୍ତି।କନ୍ଧମାଳରେ କେରଳ ମୁମ୍ବାଇ ଚେନ୍ନାଇ ବେଙ୍ଗୁଲୁର ଫେରନ୍ତା ଆସି ଗାଁରେ ହୋମ କ୍ବାରେନ ଟାଇନରେ ନରହି ଗାଁରେ ବୁଲାବୁଲି କରୁଥିବାରୁ ସଂକ୍ରମଣ ଆଶଙ୍କା କରି ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି ଗ୍ରାମବାସୀ।ଗାଁର ପ୍ରବେଶ ପଥରେ ଜଗିରହିଛନ୍ତି ଗ୍ରାମବାସୀ ଯିଏ ଗାଁକୁ ଯିବ ଆସିବାର କାରଣ ପଚାରିବା ସହିତ ଏକ ରେଜିଷ୍ଟ୍ରିରେ ନାମ ଓ ଠିକଣା ଲେଖୁଛନ୍ତି ଏବଂ ହାତ ଧୋଇବା ସହିତ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଓ ମାକ୍ସ ପିନ୍ଧିବାକୁ ସଚେତନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.