Home କଳାହାଣ୍ଡି କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠି ସହିତ ଦରମା ପ୍ରଦାନ କଲେ କଳାହାଣ୍ଡି ସାଂସଦ

କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠି ସହିତ ଦରମା ପ୍ରଦାନ କଲେ କଳାହାଣ୍ଡି ସାଂସଦ

400

କଳାହାଣ୍ଡି- ତା.୦୬.୦୪.୨୦୨୦ (ଓଡିଆପୁଅ) କୋଭିଦ-୧୯ କରୋନା ମୁକାବିଲା ପାଇଁ କଳାହାଣ୍ଡି ସାସଂଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଏକକୋଟୀ ପନ୍ଦର ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ତାଙ୍କ ପତ୍ର ସଂଖ୍ୟା ୧୩୯ ତା. ୦୪.୦୪.୨୦୨୦ ଯୋଗେ ୫୦ ଲକ୍ଷ ଟଙ୍କା କଳାହାଣ୍ଡି ଜିଲ୍ଲାରେ କରୋନା ମୁକାବିଲା ପାଇଁ ଏବଂ ପତ୍ର ସଂଖ୍ୟା ୧୪୦ ତା.୦୪.୦୪.୨୦୨୦ ଯୋଗେ ୬୫ ଲକ୍ଷ ଟଙ୍କା ନୂଆପଡା ଜିଲ୍ଲାରେ ବକରୋନା ମୁକାବିଲା ପାଇଁ ମଂଜୁର କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ସେହିପରି ସାଂସଦ ଉନ୍ନୟନ ପାଣ୍ଠିରୁ ଏକ କୋଟୀ ଟଙ୍କା କରୋନା କୋଭିଦ-୧୯ ନିୟନ୍ତଣ କରିବା ପାଇଁ ଏମପି ଲାଡ କମିଟୀ ଅଧ୍ୟକ୍ଷଙ୍କୁ ପତ୍ର ସଂଖ୍ୟା ୦୧ତା.୨୮.୦୩.୨୦୨୦ ଯୋଗେ ଜଣାଇବା ସହିତ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଡିକୁ ଦେବା ପାଇଁ ଗତ ୨୮.୦୩.୨୦ ରେ ପତ୍ର ଯୋଗେ ଦିଲ୍ଲୀସ୍ଥିତ ସଂପୃକ୍ତ ବ୍ୟାଙ୍କ ମେନେଜରଙ୍କୁ ସମ୍ମତି ଦେଇଥିବା ଜଣାପଡିଛି ।
ଏଥି ସହିତ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ତିନି ମାସର ଦରମା ୨ଲକ୍ଷ ୮୫ ହଜାର ଟଙ୍କା, ଧର୍ମଗଡ ବିଧାୟକ ମୌଷଧି ବାଗ ତିନିମାସର ଦରମା ୧ଲକ୍ଷ ୫ ହଜାର ଟଙ୍କା ଏବଂ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ତିନି ମାସର ଦରମା ୫ ହଜାର ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.